ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଶନିବାର ପୁଣି ଥରେ ସୁନା ଜବତ ହୋଇଛି। ବ୍ୟାଙ୍କକରୁ ସୁନା ନେଇ ବିମାନରେ ଜଣେ ଯାତ୍ରୀ ବସିଥିବା କଷ୍ଟମ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ବିମାନଟି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ କଷ୍ଟମ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପୂର୍ବ ଯୋଜନା ଅନୁସାରେ ଚଢ଼ାଉ କରି ସୁନା ଚାଲାଣକାରୀ ବ୍ୟକ୍ତିକୁ ଅଟକାଇ ଥିଲେ। ପରେ କଷ୍ଟମ ବିଭାଗକୁ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ୨୪୯ ଗ୍ରାମ ସୁନା ମିଳିଥିଲା। ଜବତ ହୋଇଥିବା ସୂଚନା ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ହେବ ବୋଲି କଷ୍ଟମ ବିଭାଗ କହିଛି। ମିଳିଥିବା ସୂଚନା ଅନୁସାରେ ପଞ୍ଜାବ ଅଞ୍ଚଳର ଜଣେ ବ୍ୟକ୍ତି ବ୍ୟାଙ୍କକରୁ ସୁନା ନେଇ ଆସିଥିଲା।

Advertisment

publive-image

ଦୁଇ ଦିନ ତଳେ ଭୁବନେଶ୍ୱର ବିମାନବନ୍ଦରୁ ସୁନା ତସ୍କରୀ କରୁଥିବା ଜଣେ ଯାତ୍ରୀଙ୍କୁ କଷ୍ଟମ ବିଭାଗ ଧରିଥିଲା। କେରଳ ଯିବାକୁ ପ୍ରସ୍ତୁତ ହେଉଥିବା ଯୁବକ ଜଣକ ମଳଦ୍ୱାରରେ ୩୫୫.୧୨୦ ଗ୍ରାମ ସୁନା ନେଇ ବ୍ୟାଙ୍କକରୁ ଆସିଥିଲା।

ସୂଚନାଯୋଗ୍ୟ ଭୁବନେଶ୍ୱର ବିମାନବନ୍ଦର ଦେଇ ବ୍ୟାଙ୍କକରୁ ଦେଶର ଭିନ୍ନ ବିଭିନ୍ନ ସ୍ଥାନକୁ ସୁନା ଚାଲାଣ ହେଉଛି। ସୁନା ଚାଲାଣ ଘଟଣାରେ କଷ୍ଟମ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉକରି ଗିରିଫ କରାଯାଉଛି। ତଥାପି ସୁନା ତସ୍କରୀ ମାମଲା ଥମିବାର ନାଁ ନେଉ ନାହିଁ। ବିଗତ କିଛି ମାସରେ ସୁନା ଚାଲାଣକାରୀମାନେ ଅଧିକ ସକ୍ରିୟ ହୋଇଛନ୍ତି।