ଭୁବନେଶ୍ୱର: ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗୁରୁବାର ପୁଣି ଥରେ ସୁନା ଜବତ ହୋଇଛି। ବ୍ୟାଙ୍କକରୁ ଜଣେ ଯାତ୍ରୀ ଅଭିନବ ଉପାୟରେ ସୁନା ଲୁଚାଇ ଆଣୁଥିବା କଷ୍ଟମ ବିଭାଗ ସୂଚନା ମିଳିଥିଲା। ଯାତ୍ରୀ ଜଣକ ବିମାନ ବନ୍ଦରରେ ପହଞ୍ଚିବା ପୂର୍ବରୁ କଷ୍ଟମ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସତର୍କତାର ସହିତ ଉପସ୍ଥିତ ଥିଲେ। ବିମାନରୁ ଓହ୍ଲାଇବା ମାତ୍ରେ ସନ୍ଦେହ ଘେରରେ ଥିବା ଯାତ୍ରୀଙ୍କୁ କଷ୍ଟମ ବିଭାଗ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଯାତ୍ରୀଙ୍କଠାରୁ ୨୯୫ ଗ୍ରାମ ସୁନା ଜବତ କରିଛି। ଜବତ ହୋଇଥିବା ସୂନାର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କାରୁ ଅଧିକ ହେବ। କଷ୍ଟମ ବିଭାଗ କହିଛି, ଯାତ୍ରୀ ଜଣକ ମଳଦ୍ୱାରରେ ଅଭିନବ ଉପାୟରେ ସୁନା ଆଣିଥିଲେ।

Advertisment

ସୂଚନାଯୋଗ୍ୟ ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ଚଳାଚଳ କରିବା ପରେ ଗତ କିଛି ମାସ ହେବ ସୁନା ତସ୍କରୀ ମାମଲା ଅନେକ ସମୟରେ ଦେଖାଯାଉଛି। ଭାରତୀୟ ବଜାର ତୁଳନାରେ ବ୍ୟାଙ୍କକରେ ସୁନା ଦର କମ ଥିବାରୁ କିଛି ଯାତ୍ରୀ ଫେରିବା ସମୟରେ ସେଠାରୁ ସୁନା ଆଣିବା ପାଇଁ ବିଭିନ୍ନ ପ୍ରକାର ଉପାୟ ବାହାର କରୁଛନ୍ତି। ୫ ଦିନ ତଳେ ମଧ୍ୟ ବିମାନ ବନ୍ଦରରୁ ପ୍ରାୟ ୧୧ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା। ଜଣେ ଯାତ୍ରୀ ପାଉଡର ଫର୍ମରେ ସୁନାକୁ ପେଷ୍ଟ ଭଳି କରି ୪ଟି କ୍ୟାପସୁଲ କରି ଏହି ସୁନା ଆଣିଥିଲା। କଷ୍ଟମ ବିଭାଗ ସୁନା ତସ୍କରି ସଂପର୍କରେ ସୁଚନା ପାଇ ଚଢ଼ାଉ କରିଥିଲା। ପରେ ପାଉଡର ଫର୍ମରେ ଥିବା ସୁନାକୁ ଲାବ୍ରୋଟାରୀରେ ତରଳାଯାଇ ସୁନା ବାହାର କରାଯାଇଥିଲା।