ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରବିବାର କଷ୍ଟମ ବିଭାଗ ୫ ଲକ୍ଷ ଟଙ୍କାର ସୁନା ଜବତ କରିଛି। ଏହି ଘଟଣାରେ ୨ଜଣ ଯାତ୍ରୀଙ୍କୁ କଷ୍ଟମ ବିଭାଗ ଅଟକ ରଖିଛି। ଅଭିଯୁକ୍ତ ଦ୍ୱୟ ବ୍ୟାଙ୍ଗକରୁ ସାର୍ଟ ତଳେ ସୁନା ଲୁଚାଇ ଆଣିଥିଲେ।

Advertisment

ଗତ ମାର୍ଚ୍ଚ ୨୮ ରେ ଭୁବନେଶ୍ୱର ବିମାନ ବନ୍ଦରରୁ କଷ୍ଟମ ବିଭାଗ ୧୨ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଜବତ କରିଥିଲା। ସେ ଦିନ ଅଧିକାରୀମାନେ ୩ଟି ଗୋଲ୍ଡ ବାର ଓ ୧୪୩ଟି ଗୋଲ୍ଡ ରିଙ୍ଗ ଜବତ କରିଥିଲେ। ମିଳିଥିବା ସୂଚନା ଅନୁସାରେ ଜବତ ହୋଇଥିବା ସୁନା ବ୍ୟାଙ୍ଗକ୍‌ରୁ ଭୁବନେଶ୍ୱର ଆସୁଥିଲା। ଘଟଣା ସହିତ ମହାରାଷ୍ଟ୍ରର ଥାନେ ଅଞ୍ଚଳର ୨ ଜଣ ଯାତ୍ରୀ ସଂପୃକ୍ତ ଥିଲେ। ଚଳିତ ସପ୍ତାହରେ ଭୁବନେଶ୍ୱର ବିମାନ ବନ୍ଦରରୁ ୪ଥର ସୁନା ଜବତ ହୋଇଛି।

publive-image

ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୧୧ରେ କଷ୍ଟମ ଓ ରାଜସ୍ୱ ବିଭାଗର ଅଧିକାରୀମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୨୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ମୁଦ୍ରା ଜବତ କରିଥିଲେ। ବ୍ୟାଙ୍ଗକକ୍‌ରୁ ଆସୁଥିବା ଏୟାର ଇଣ୍ଡିଆର ବିମାନରେ ୪ଜଣ ଯାତ୍ରୀ ଏହି ସୁନା ନେଇ ଆସୁଥିଲେ। କଷ୍ଟମ ବିଭାଗ ଦିଲ୍ଲୀ, କୋଲକାତା ଓ କଟକ ଅଞ୍ଚଳର ୪ଜଣ ଯୁବକଙ୍କୁ ଅଟକ ରଖିଥିଲା। କେବଳ ସେତିକି ନୁହେଁ ବର୍ଷର ଅନେକ ସମୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସୁନା ଓ ସୁନା ଅଳଙ୍କାର ଜବତ କରାଯାଉଛି। ଚୋରାଚାଲାଣକାରୀଙ୍କ ପାଇଁ ବିଦେଶରୁ ବିମାନ ମାଧ୍ୟମରେ ଭୁବନେଶ୍ୱର ବିମାନ ବନ୍ଦର ଦେଇ ସୁନା ଚାଲାଣ କରିବା ସହଜ ହେଉଛି।