ଭୁବନେଶ୍ୱର: ଗୋଲ୍‌ଡେନ୍‌ ବାବା ଠକେଇ ଘଟଣାରେ ରାଜଧାନୀ ଭୁବନେଶ୍ୱରର ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ରହିଥିବା ଅଭିଯୋଗ କରି ଛାତ୍ର କଂଗ୍ରେସ ପ୍ରତିବାଦର ସ୍ୱର ଉଠାଇଛି । ଯୁବ କଂଗ୍ରେସ ପକ୍ଷରୁ ଶୁକ୍ରବାର ନବୀନ ନିବାସକୁ ଘେରାଉ ପାଇଁ ଉଦ୍ୟମ କରାଯାଇଥିଲା। ଛାତ୍ର କଂଗ୍ରେସ କର୍ମୀ ରାଜମହଲ ଛକଠାରୁ ନବୀନ ନିବାସ ଆଡକୁ ଯାଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଶିଶୁ ଭବନ ଛକ ନିକଟରେ ଅଟକାଇ ଥିଲା। ସେଠାରୁ ଫେରିଯିବା ଲାଗି ପୁଲିସ ପକ୍ଷରୁ କୁହାଯାଇଥିଲା। ମାତ୍ର ଆନ୍ଦୋଳନକାରୀମାନେ ପୁଲିସ କଥା ନ ମାନି ଆଗକୁ ବଢ଼ିବାକୁ ଉଦ୍ୟମ କରିଥିଲେ। ଏହାପରେ ଛାତ୍ର କଂଗ୍ରେସ କର୍ମୀ ଓ ପୁଲିସଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା।

Advertisment

publive-image

ଏହାପରେ ଉତକ୍ଷିପ୍ତ ହୋଇ କଂଗ୍ରେସ କର୍ମୀମାନେ ପୁଲିସ୍‌ ଉପରକୁ ବିଲାତି ବାଇଗଣ ଓ ଅଣ୍ଡା ଫୋପାଡ଼ି ଥିବା ଅଭିଯୋଗ ହୋଇଛି। ଏଥିସହ ସେମାନେ ମେୟରଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରିଥିଲେ। ଛାତ୍ର କଂଗ୍ରେସ ନେତା ଇତିଶ ପ୍ରଧାନଙ୍କ ନେତୃତ୍ୱରେ କର୍ମୀମାନେ ଘେରାଉ ପାଇଁ ଯାଉଥିବା ବେଳେ ଶିଶୁ ଭବନ ସମ୍ମୁଖରେ ଅପରି ଅଭାବନୀୟ ଘଟଣା ଘଟିଥିବା ସୂଚନା ରହିଛି। ଏହା ପରେ ପୁଲିସ ସେମାନଙ୍କୁ ଗିରଫ କରିନେଇଛି।