ରାଜଧାନୀରୁ ଧରାପଡ଼ିଲା ଗୋଲଡେନ୍‌ ବାବା, ଚେକ୍‌ ବାଉନ୍ସ, ଠକେଇ ଓ ଜମି ଜାଲିଆତି ମାମଲାରେ ଅଟକ

ଭୁବନେଶ୍ୱର: ରାଜଧାନୀରୁ ସୋମବାର ଅପରାହ୍ନରେ ଚନ୍ଦ୍ରଶେଖର ପୁଲିସ ଫେରାର ଥିବା ଗୋଲଡେନ୍‌ ବାବାକୁ ଧରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନାମ ଜ୍ୟୋତିରଞ୍ଜନ ବେହୁରା ଓରଫ ଗୋଲଡେନ୍‌ ବାବା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗୋଲଡେନ୍‌ ବାବା ନିଜକୁ ରାଜନୈତିକ ନେତା କହି ଉତ୍ତର ଭୁବନେଶ୍ୱରର ବିଭିନ୍ନ ସାମଜିକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ଗୋଲଡେନ୍‌ ବାବା ନାମରେ ୧୯ଟି ଅଭିଯୋଗ ରହିଛି। ସେଥିମଧ୍ୟରୁ ଚେକ୍‌ ବାଉନ୍ସ, ଠକେଇ ଓ ଜମି ହେରାଫେରି ଆଦି ମାମଲା ସାମିଲ ରହିଛି। ବଡ଼ବିଲ୍‌ରେ ଜଣଙ୍କୁ ନିଜର ଠକେଇର  ଶିକାର ବନାଇଥିବା ବି ଗୋଲଡେନ୍‌ ବାବା ନାମରେ ଅଭିଯୋଗ ହୋଇଥିଲା। ପୁଲିସ ଅନେକ ଦିନ ହେବ ଗୋଲଡେନ୍‌ ବାବାକୁ ଖୋଜୁଥିଲା। ଗୋଲଡେନ୍‌ ବାବା ପ୍ରଥମେ ନୀଳାଦ୍ରି ବିହାରରେ ରହୁଥିଲା। ସେଠାରୁ ଫେରାର ହୋଇ କଳାରାହଙ୍ଗ ଓ ପରବର୍ତ୍ତୀ ସମୟରେ ଦିଲ୍ଲୀରେ ରହୁଥିବା ଜଣାପଡ଼ିଛି। ଗୋଲଡେନ୍‌ ବାବା ପାଖରେ ୪ଟି ଦାମୀଦାମୀ ସଉକିନ୍‌ କାର ଥିବା ପୁଲିସ ସୂଚନା ଦେଇଛି। ଥାନାରେ ଅଟକି ରଖି ଗୋଲଡେନ୍‌ ବାବାକୁ ପୁଲିସ ପଚରାଉଚରା ଜାରି ରଖିଛି।

ସମ୍ବନ୍ଧିତ ଖବର