ତ୍ରିଶୁଳିଆ: ତ୍ରିଶୁଳିଆ ବଜାରସ୍ଥିତ ଶ୍ରୀରାମ ମଣ୍ଡପରେ ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପବିତ୍ର ପଣା ସଂକ୍ରାନ୍ତିରେ ଉଦ୍ଯାପିତ ହୋଇଯାଇଛି। ଆଞ୍ଚଳିକ ରାମଲୀଳା ସମିତି ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ୧୬ ଦିନ ଧରି ଚାଲିଥିଲା। ଉଦ୍ଯାପନୀ ଉତ୍ସବରେ କଟକ ଅତିରିକ୍ତ ଡିସିପି ସେକ୍ ସରିଫୁଦ୍ଦିନ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ, ପ୍ରବଚକ ତଥା ଜ୍ୟୋତିର୍ବିଦ୍ ପଣ୍ଡିତ ନିରଞ୍ଜନ ମହାପାତ୍ର ମୁଖ୍ୟବକ୍ତା, ବାରଙ୍ଗ ଅଗ୍ନିଶମ ବିଭାଗ ଅଧିକାରୀ ଭୀମସେନ୍ ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସାଂପ୍ରତିକ ସମୟରେ ଆଧ୍ୟାତ୍ମିକବାଦର ପ୍ରଚାରପ୍ରସାର କରିବାରେ ସମିତିର କର୍ମକର୍ତ୍ତାମାନଙ୍କର ନିଃସ୍ବାର୍ଥପର ଉଦ୍ୟମକୁ ଅତିଥିମାନେ ପ୍ରଶଂସା କରିଥିଲେ। ଏହି ଅବସରରେ ସ୍ମରଣିକା ‘ସଂସ୍କାର’ ଉନ୍ମୋଚିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିନରେ ଅତିଥି ଭାବେ ମନ୍ତ୍ରୀ ଜଗନ୍ନାଥ ସାରକା, କଟକ ମେୟର୍ ସୁବାସ ସିଂହ, ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ବିଧାୟକ ସୁରେଶ ରାଉତରାୟ, ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡା, ବିଶିଷ୍ଟ ପ୍ରବଚକ କୃଷ୍ଣକେଶବ ଷଡ଼ଙ୍ଗୀ, ବରିଷ୍ଠ ବିଜେପି ନେତା ଶୁଭ୍ରାଂଶୁ ପାଢ଼ୀ, ବାରଙ୍ଗ ତହସିଲଦାର ସଂକଳ୍ପ ସ୍ବସ୍ତିକ ସାହୁ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ବାରଙ୍ଗ ବ୍ଲକ ମିସନ୍ ଶକ୍ତି ଅଧ୍ୟକ୍ଷା ସୁମିନା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗଦେଇଥିଲେ।
ଅନୁଷ୍ଠାନର ସ୍ଥାୟୀ ସଭାପତି ଦୁର୍ଗାଚରଣ ସ୍ବାଇଁ, କାର୍ଯ୍ୟକାରୀ ସଭାପତି ସୁରେଶ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଦିବାକର ମୁଦୁଲି ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅରୁଣ ସାହୁ, ଉପେଶ ପାଳ, ସୁରେନ୍ଦ୍ର ବିଶ୍ବାଳ, ସୁକାନ୍ତ ବେହେରା, ଅଲେଖ ସିଂହ ପ୍ରମୁଖ ସହଯୋଗ କରିଥିଲେ। ସରପଞ୍ଚ ରୀତାଞ୍ଜଳି ସାମଲ ଧନ୍ୟବାଦ ଦେଇଥିଲେ।