ଫଟୋଗ୍ରାଫରଙ୍କ ସଚ୍ଚୋଟତା ପର୍ଯ୍ୟଟକଙ୍କୁ ଫେରାଇଲେ ଭ୍ୟାନିଟି

ଧଉଳି: ଧଉଳି ଶାନ୍ତିସ୍ତୂପରେ ପର୍ଯ୍ୟଟକଙ୍କ ହଜିଯାଇଥିବା ଭ୍ୟାନିଟି ଫେରାଇଛନ୍ତି ଜଣେ ଫଟୋଗ୍ରାଫର। ବ୍ୟାଗ୍‌ରେ ୫୦ ହଜାର ଟଙ୍କା, ୨୦ ଗ୍ରାମ ଓଜନର ସୁନା ଲକେଟ, ଗୋଟିଏ ଦାମୀ ମୋବାଇଲ, ଆଧାର କାର୍ଡ ଓ ଭୋଟ ପରିଚୟ ପତ୍ର ରହିଥିଲା। ସ୍ଥାନୀୟ ଧବଳେଶ୍ବର ବ୍ୟବସାୟୀ ସଂଘର ସଦସ୍ୟ ସୁମନ୍ତ ସୁବୁଦ୍ଧିଙ୍କ ସହଯୋଗରେ ଟୁରିଷ୍ଟ ସେଲର ପୁଲିସ କର୍ମଚାରୀ ଊଷାରାଣୀ ମଲ୍ଲିକଙ୍କ ଉପସ୍ଥିତିରେ ଭ୍ୟାନିଟିଟିକୁ ହଜାଇଥିବା ପର୍ଯ୍ୟଟକଙ୍କୁ ଫେରାଇ ଦିଆଯାଇଛି।

ସୂଚନାନୁସାରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳର କପଡ଼ା ବ୍ୟବସାୟୀ ରାଜେଶ ରାମ ପତ୍ନୀ ପିହୁ କୁମାରୀ ଓ ତାଙ୍କର ଭାଉଜ ଦୁଇ ପିଲାଙ୍କ ସହିତ ପୁରୀ, କୋଣାର୍କ ବୁଲିସାରି ଅପରାହ୍ନ ୩ଟାରେ ଧଉଳି ଶାନ୍ତିସ୍ତୂପରେ ପହଞ୍ଚିଥିଲେ। ଏଠାରେ ଥିବା ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ପାଖରେ ତଳେ ଭ୍ୟାନିଟ ବ୍ୟାଗ ରଖି ସେଲ୍‌ଫି ନେବା ସହିତ ଫଟୋ ଉଠାଇଥିଲେ। ତା’ପରେ ସେଠାରେ ଭ୍ୟାନିଟି ଛାଡ଼ି ପଳାଇଥିଲେ। କୁମାରଡିହ ଗ୍ରାମର ଯୁବକ ତଥା ଶାନ୍ତିସ୍ତୂପର ଫଟୋଗ୍ରାଫର ପୂର୍ଣ୍ଣଚନ୍ଦ୍ର ବାରିକ ଓ ଖେଳଣା ବ୍ୟବସାୟୀ ଇଟିପୁର ଗ୍ରାମର ରୁଦ୍ରପ୍ରତାପ ସ୍ବାଇଁ ପାଇଥିବା ଉକ୍ତ ଭ୍ୟାନିଟକୁ ଟୁରିଷ୍ଟ ପୁଲିସ ସେଲର ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର