ଭୁବନେଶ୍ବର: ଗାଲ୍ଗୋଟିଆସ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହାର ବିଟେକ୍ ଓ ଏମ୍ବିଏ ଛାତ୍ରଛାତ୍ରୀଙ୍କ ପାଇଁ ପ୍ଲେସ୍ମେଣ୍ଟ୍ ଶିବିର ଆୟୋଜନ କରାଯାଇଥିଲା। ବିଟେକ୍-ସିଏସ୍ଇର ୯୦%, ବିଟେକ୍ର ଅନ୍ୟ ସବୁ ଶାଖାର ୭୧% ଏବଂ ଏମ୍ବିଏର ୯୨% ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରସ୍ତାବ ମିଳିଛି। ଏହା ବ୍ୟତୀତ ହୋଟେଲ୍ ମ୍ୟାନେଜମେଣ୍ଟ୍, ଲଜିଷ୍ଟିକ୍ ଆଣ୍ଡ୍ ସପ୍ଲାୟଚେନ୍ ମ୍ୟାନେଜମେଣ୍ଟ୍, ଆଇନ ଏବଂ ଫାର୍ମାସି କ୍ଷେତ୍ରର ୯୦% ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ଲେସ୍ମେଣ୍ଟ୍ରେ ସଫଳତା ମିଳିଛି। ପନ୍ଦର ଦିନ ଭିତରେ ଛାତ୍ରଛାତ୍ରୀମାନେ ୧୦୦୦ରୁ ଅଧିକ ନିଯୁକ୍ତି ପ୍ରସ୍ତାବକୁ ହାସଲ କରିଥିଲେ। ଇନଫୋସିସ୍, କଗ୍ନିଜାଣ୍ଟ୍, ୱିପ୍ରୋ ଏବଂ ଟିସିଏସ୍ ଭଳି ସୂଚନା ପ୍ରଯୁକ୍ତି କଂପାନି ମଧ୍ୟ ପ୍ଲେସ୍ମେଣ୍ଟ୍ରେ ଅଂଶଗ୍ରହଣ କରିଥିଲେ। ପ୍ରାୟ ୩୨% ଛାତ୍ରଛାତ୍ରୀଙ୍କୁ ଏକାଧିକ ନିଯୁକ୍ତି ପ୍ରସ୍ତାବ ମିଳିଥିଲା।ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସୋନାଲିକା ଟ୍ରାକ୍ଟର୍ସ, ଅଶୋକ ଲେଲ୍ୟାଣ୍ଡ୍, ସାମସଙ୍ଗ୍ ଆର୍ଆଣ୍ଡ୍ଡି, ଆମାଜନ୍, ଅଲ୍ଟ୍ରାଟେକ୍ ସିମେଣ୍ଟ୍, ଭିଭୋ ମୋବାଇଲ୍, ପିଏନ୍ବି ହାଉସିଂ, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ, ହାଭେଲସ୍, ଫ୍ୟୁଚର୍ ଗ୍ରୁପ୍, ଫ୍ଲିପ୍କାର୍ଟ, ଏରିକ୍ସନ, ଏଲ୍ଜି ଓ ଆଇସିଆଇସିଆଇ ବ୍ୟାଙ୍କ ଭଳି ସଂସ୍ଥାଠାରୁ ନିଯୁକ୍ତି ପ୍ରସ୍ତାବ ମିଳିଛି। ବିଶ୍ବବିଦ୍ୟାଳୟର ପ୍ଲେସ୍ମେଣ୍ଟ୍ ପ୍ରକ୍ରିୟାରେ ୪୦୦ରୁ ଅଧିକ ସଂସ୍ଥା ଭାଗ ନେଇଥିଲେ।
ଗାଲ୍ଗୋଟିଆସ୍ ବିଶ୍ବବିଦ୍ୟାଳୟ ନିଜର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ସର୍ବଦା ପ୍ରୟାସ କରୁଛି। ସେଥିପାଇଁ ବିଶ୍ବବିଦ୍ୟାଳୟ ତରଫରୁ ଇନ୍ଫୋସିସ୍, କଗ୍ନିଜାଣ୍ଟ୍, ଏରିକ୍ସନ, ଟେକ୍ ମହିନ୍ଦ୍ରା ଏବଂ ୱିପ୍ରୋ ଭଳି କର୍ପୋରେଟ୍ ସଂସ୍ଥା ସହିତ ବୁଝାମଣା ସ୍ବାକ୍ଷର କରାଯାଇଛି। ଆଧୁନିକ କ୍ୟାମ୍ପସ୍ ଓ ରଣନୀତିପୂର୍ଣ୍ଣ ଶିକ୍ଷାଦାନ ପ୍ରଣାଳୀ ପାଇଁ ବିଶ୍ବବିଦ୍ୟାଳୟ ଜଣାଶୁଣା। ଚଳିତ ବର୍ଷ ପ୍ଲେସମେଣ୍ଟ୍ ସଫଳତା ବିଷୟରେ ଗାଲ୍ଗୋଟିଆସ୍ ବିଶ୍ବବିଦ୍ୟାଳୟର କୁଳପତି ସୁନୀଲ ଗାଲ୍ଗୋଟିଆ କହିଛନ୍ତି, ଆମର କ୍ୟାମ୍ପସ ସାକ୍ଷାତକାର ଜରିଆରେ ଇନ୍ଫୋସିସ୍, ୱିପ୍ରୋ, ଆଇବିଏମ୍, ଏଚସିଏଲ୍, କୋକାକୋଲା ଓ ସାମସଙ୍ଗ ଭଳି ୪୦୦ରୁ ଅଧିକ ଖ୍ୟାତିସମ୍ପନ୍ନ କଂପାନି ଆମର ଛାତ୍ରଛାତ୍ରୀମାନଙ୍କୁ ଚୟନ କରିଛନ୍ତି। ଫଳାଫଳଭିତ୍ତିକ ଶିକ୍ଷା, ପ୍ରକଳ୍ପଭିତ୍ତିକ ପାଠପଢ଼ା, ମୂଲ୍ୟ ଯୋଗ କରୁଥିବା ପାଠ୍ୟକ୍ରମ, ଏଆଇ, ମେସିନ୍ ଲର୍ଣ୍ଣିଂ, ବ୍ଲକ୍ଚେନ୍, ସାଇବର୍ ନିରାପତ୍ତା ଜରିଆରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି।