ବାରଙ୍ଗ : ଆଜି ସକାଳ ୯ଟା ୧୫ ମିନିଟରେ ବାରଙ୍ଗ ଠାରେ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନଟି ଧରଣା ମାରାମତି ଲାଗି ସିମେଣ୍ଟ ସ୍ଲବ୍ ପରିବହନ କରି ଭୁବନେଶ୍ବରରୁ ଭାୟା ବାରଙ୍ଗ ଦେଇ ନରାଜ ମାର୍ଥାପୁର ରେଳ ଷ୍ଟେସନ ଅଭିମୁଖେ ଯାଉଥିଲା। ଏହି ସମୟରେ ଏକ ବଗି ପାର୍ଶ୍ବର ଲୁହା ଫ୍ଲେଟ ଭାଙ୍ଗି ତଳକୁ ଚାଲିଯାଇଥିଲା। ଫଳରେ ତଳେ ଓହଳିଥିବା ଯନ୍ତ୍ରାଂଶ ଗୁଡିକ ବାଡେଇ ହୋଇ ଭାଙ୍ଗିଯାଇଥିଲା। ବାରଙ୍ଗ ଷ୍ଟେସନରୁ ନରାଜ ମାର୍ଥାପୁର ମଝି ଚୂଡଙ୍ଗଗଡ଼ ପାଖରେ ଟ୍ରେନ ଜାମ ହୋଇ ଭାରସାମ୍ୟ ହରାଉଥିବା ଜାଣିପାରି ଚାଳକ ଅଟକାଇଥିଲେ। ଫଳରେ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା। ପରେ ପୂର୍ବତଟ ରେଳ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଇଂଜିନକୁ ଅଲଗା କରାଯାଇଥିଲା। ଜାମ ହୋଇ ରହିଥିବା ବଗି ତଳୁ କଟର ଲଗାଇ ସମସ୍ତ ଯନ୍ତ୍ରାଂଶକୁ କାଟି କାଢିବା ପରେ ଅଲଗା କରାଯାଇଥିଲା। ଅପରାହ୍ଣ ସୁଦ୍ଧା ଅନ୍ୟ ସମସ୍ତ ମାଲ ବୋଝେଇ ଟ୍ରଲିକୁ ଆଉ ଏକ ଇଂଜିନ୍ ଆଣି ଲଗାଇ ଟାଣି ନିଆଯାଇଥିଲା। କ୍ଷତିଗ୍ରସ୍ତ ରେଳଧାରଣାକୁ ମରାମତି କରି ନିରୀକ୍ଷଣ କରିବା ପରେ ଚଳାଚଳ ଉପଯୋଗୀ ହୋଇଥିବା ଜଣାପଡିଛି।
ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ
/sambad/media/post_attachments/wp-content/uploads/2020/04/Train-accident-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)