ନାଟ୍ୟ ଉତ୍ସବର ଅନ୍ତିମ ସନ୍ଧ୍ୟା, ‘ଗୋପୀ ସାହୁ ଦୋକାନ’ ମଞ୍ଚସ୍ଥ

ଭୁବନେଶ୍ବର: ନାଟ୍ୟାନୁଷ୍ଠାନ ଉତ୍ତର ପୁରୁଷ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ନାଟ୍ୟ ଉତ୍ସବର ଆଜି ଥିଲା ଅନ୍ତିମ ସନ୍ଧ୍ୟା। ଏହି ଅବସରରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଗୋପୀ ସାହୁ ଦୋକାନ’। ନାଟକର ରଚନା ଶଙ୍କର ତ୍ରିପାଠୀ କରିଥିବା ବେଳେ ନିର୍ଦେଶନା ଦେଇଥି‌ଲେ ଗୌରୀ ମହାପାତ୍ର। ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ, ରାଜକୁମାର, ନିଶିକାନ୍ତ, ଲଲାଟେନ୍ଦୁ, ପଦ୍ମନାଭ, ଦେବଳେନ୍ଦୁ, ଦୀପ୍ତି ଓ ଧରିତ୍ରୀ ପ୍ରମୁଖ ନାଟକର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ନାଟ୍ୟ ନିର୍ଦ୍ଦେଶକ ଚନ୍ଦ୍ରଶେଖର ନନ୍ଦ, ପୂର୍ବତନ ଅର୍ଥ‌ନୀତି ଅଧ୍ୟାପିକା ବେଦବତୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ତର ପୁରୁଷର ସମ୍ପାଦକ ପ୍ରସନ୍ନ ମିଶ୍ର ଓ ଦେବଦତ୍ତ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର