ଭୁବନେଶ୍ବର: କଟକ ରୋଡ୍ରେ ଗୋସାଇ ଫର୍ଣ୍ଣିଚରର ନୂଆ ଷ୍ଟୋର୍ ଉଦଘାଟିତ ହୋଇଛି। ଏହାକୁ ଅଭିନେତ୍ରୀ ପୁନମ ମିଶ୍ର ଉଦ୍ଘାଟନ କରିଥିବା ବେଳେ ଷ୍ଟୋର୍ ମୁଖ୍ୟ ସୀତାରାମ ଓ ପୱନ କୁମାର ଉପସ୍ଥିତ ଥିଲେ। ଏହି ଷ୍ଟୋର୍ରେ କାଠରେ ତିଆରି ଆସବାବପତ୍ର ବିକ୍ରି କରାଯାଉଛି। ପାଞ୍ଚ ହଜାର ବର୍ଗଫୁଟରେ ସ୍ଥାପନ କରାଯାଇଥିବା ଷ୍ଟୋର୍ରୁ ଗ୍ରାହକମାନେ ରାଜସ୍ଥାନୀ ଷ୍ଟାଇଲ୍ର ଆସବାବପତ୍ର କିଣି ପାରିବେ।
ଏଠାରେ ବେଡ୍, ଡାଇନିଂ, ସୋଫା, ବୁକ୍ ସେଲ୍ଫ, ସାଇଡ୍ ବୋର୍ଡ, ୱାର୍ଡରୋବ୍, ଷ୍ଟଡି ଟେବୁଲ୍ ଆଦି ପ୍ରଦର୍ଶିତ ଓ ବିକ୍ରି ହେଉଛି। ବିଭିନ୍ନ ସହଯୋଗୀଙ୍କ ଜରିଆରେ ଗୋସାଇ ଫର୍ଣ୍ଣିଚର ଅନ୍ୟ ସହଯୋଗୀଙ୍କ ଜରିଆରେ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ବିଜୟୱାଡ଼ାରେ ଷ୍ଟୋର୍ ଖୋଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/53-3.jpg)