ଖଣ୍ଡଗିରି: ଆଉ ଏ ଜନ୍ମରେ ପୁଣି ଏକାଠି ହେବାର ଆଶା ମରି ଯାଇଥିଲା। ମାନସିକ ବିକାରଗ୍ରସ୍ତ ସ୍ତ୍ରୀକୁ ଏତେବଡ଼ ଦୁନିଆରୁ ଖୋଜି ବାହାର କରିବାକୁ ଦିବ୍ୟାଙ୍ଗ (ଦୃଷ୍ଟିବାଧିତ) ସ୍ବାମୀଙ୍କ ପକ୍ଷେ ସମ୍ଭବ ବି ନଥିଲା। ମାତ୍ର ବିଧିର ବିଧାନ ଥିଲା ବିଚିତ୍ର। ଦୀର୍ଘ ୯ବର୍ଷ ପରେ ଘଟିଲା ପୁନର୍ମିଳନ। ଉତ୍ତରପ୍ରଦେଶରୁ ହଜି ଯାଇଥିବା ସ୍ତ୍ରୀକୁ ଓଡ଼ିଶାରୁ ଫେରି ପାଇଲେ ସ୍ବାମୀ। ପିପୁଲ୍ସ ଫୋରମ୍ର ମିସନ୍ ଆଶ୍ରାରେ ଆଜି ଘଟିଛି ଏଭଳି ଏକ ମିଳନ। ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ଭୌରିଂ ଚିତ୍ରକୂଟର ବାସିନ୍ଦା ଦିବ୍ୟାଙ୍ଗ ଫୁବୁଲ୍ ରେହେଦାସ ଓ ପୁନମ୍ ବର୍ମାଙ୍କ ହସଖୁସିର ସଂସାର ହଠାତ୍ ବଦଳି ଯାଇଥିଲା। ୨୦୦୯ର ପ୍ରଥମ ଭାଗରେ ପୁନମ୍ଙ୍କଠାରେ ମାନସିକ ବିକୃତି ଦେଖାଦେଇଥିଲା। ହଠାତ୍ ଦିନେ ସେ ଘରୁ ନିଖୋଜ ହୋଇଗଲେ। ଫୁବୁଲ୍ ନିଜ ଶକ୍ତି ମୁତାବକ ଖୋଜାଖୋଜି କଲେ କିନ୍ତୁ ଟ୍ରେନ୍ ଯୋଗେ ଓଡ଼ିଶାରେ ପହଞ୍ଚି ସାରିଥିବା ପୁନମ୍ଙ୍କୁ ପାଇବା ଆଉ ସମ୍ଭବ ହୋଇନଥିଲା। ଏଣେ ଭୁବନେଶ୍ବରର ରାଜରାସ୍ତାରୁ ପୁନମ୍ଙ୍କୁ ପୁଲିସ ଉଦ୍ଧାର କରି ମିସନ୍ ଆଶ୍ରାରେ ଛାଡ଼ି ଦେଲା। ସେଠାରେ ଦୀର୍ଘ ୯ ବର୍ଷ ଚିକିତ୍ସିତ ହେଲା ପରେ ପୁନମ୍ କ୍ରମଶଃ ସୁସ୍ଥ ହେଲେ। ତାଙ୍କ ସ୍ମରଣଶକ୍ତି ଫେରି ଆସିବା ପରେ ସେ ନିଜ ଠିକଣା କହି ପାରିଲେ। ଠିକଣା ମିଳିବା ପରେ ମିସନ୍ ଆଶ୍ରା କର୍ତ୍ତୃପକ୍ଷ ଉତ୍ତରପ୍ରଦେଶ ପୁଲିସ ସହଯୋଗରେ ତାଙ୍କ ସ୍ବାମୀ ଫୁବୁଲଙ୍କୁ ଯୋଗାଯୋଗ କଲେ। ପୁନମ୍ ମିଳିବା ଓ ପୁଣି ସୁସ୍ଥ ହୋଇଛନ୍ତି ବୋଲି ଜାଣିବା ପରେ ସେ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ।
୯ ବର୍ଷ ପରେ ସ୍ତ୍ରୀକୁ ଫେରି ପାଇଲେ ଦୃଷ୍ଟିବାଧିତ ଫୁବୁଲ୍
/sambad/media/post_attachments/wp-content/uploads/2018/12/images-53.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)