ଭୁବନେଶ୍ୱର: ମଦର୍ସ ପବ୍ଲିକ୍ ସ୍କୁଲ୍ର ସମ୍ବର୍ଧନା ସମାରୋହ ‘ଗୌରବ-୨୦୧୮’ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ ଯୋଗଦେଇ ଚଳିତ ବର୍ଷର ସିବିଏସ୍ଇ ଟପର୍ ଓ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଧିତ କରିଥିଲେ। ଦ୍ୱାଦଶ ଶ୍ରେଣୀର ଆରୁଷି କଲୋନା, ସମୀକ୍ଷା ମହାପାତ୍ର, ବିକାଶ ସାହୁ, ଅୟୁଷ ଭରତିଆଙ୍କୁ ‘ଗୌରବ-୨୦୧୮’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାସହ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୦ ପ୍ରତିଶତରୁ ଊର୍ଧ୍ୱ ନମ୍ବର ରଖିଥିବା ବର୍ଷାପ୍ରିୟଦର୍ଶନୀ କର, ଅଙ୍କିତା ଦାଶଙ୍କ ସମେତ ଅନ୍ୟ ୪୫ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏଥିରେ ଏକାଡେମି ସୁପରଭାଇଜର୍ ସୋନି ରଥ, ଭାଇସ୍ ପ୍ରିନ୍ସିପାଲ ଆନି ଦାସ, ଅଧ୍ୟାପିକା ସନ୍ତୋଷୀ ମହାପାତ୍ର, ନିର୍ଦେଶକ ପ୍ରିୟରଞ୍ଜନ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଅମ୍ରିତା ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ମଦର୍ସ ପବ୍ଲିକ୍ ସ୍କୁଲ ପକ୍ଷରୁ ‘ଗୌରବ-୨୦୧୮’
/sambad/media/post_attachments/wp-content/uploads/2018/07/m3-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)