ଭୁବନେଶ୍ବର: ଓଡ଼ିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ନଭେମ୍ବର ୨୪ରେ ଅନଶନକୁ ଓହ୍ଲାଇବେ। ୨୦୧୩ ବ୍ୟାଚ୍ରେ ନିଯୁକ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବାରେ ଅହେତୁକ ବିଳମ୍ବ ପ୍ରତିବାଦରେ ପ୍ରାୟ ୪ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଅନଶନରେ ବସିବେ ବୋଲି ସଂଘ ସଭାପତି ଶୁଭ୍ରଜିତ୍ ପ୍ରତିହାରୀ କହିଛନ୍ତି। ସଂଘ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟମିତ କରିବା ପାଇଁ ଥିବା ନିୟମକୁ ଖୁଲମ୍ଖୁଲ୍ଲା ଉଲ୍ଲଂଘନ କରାଯାଉଛି। ୨୦୧୩ ବ୍ୟାଚ୍ରେ ନିଯୁକ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ଚାକିରି କରିବାର ୮ବର୍ଷ ଅତିବାହିତ କରିସାରିଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉ ନାହିଁ। ସରକାରଙ୍କର ବିଭିନ୍ନ ଦପ୍ତରରେ ବାହାନା ଦେଖାଇ ଫାଇଲ୍କୁ ଚପାଇ ଦିଆଯାଉଛି। ଏହାର ପ୍ରତିବାଦ ତଥା ୨୦୧୩ ବ୍ୟାଚ୍ର ଶିକ୍ଷକ/ଶିକ୍ଷୟିତ୍ରୀ ଅନଶନରେ ବସିବେ ବୋଲି ରାଜ୍ୟ ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ସାଧାରଣ ସମ୍ପାଦକ ନିରୋଦ ରଥ, କାର୍ଯ୍ୟକାରୀ ସମ୍ପାଦକ ବିଶ୍ବଜିତ୍ ବିଶ୍ବାଳ କହିଛନ୍ତି।
୨୪ରେ ଅନଶନ କରିବେ ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ
/sambad/media/post_attachments/wp-content/uploads/2020/11/strick.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)