ଚନ୍ଦ୍ରଶେଖରପୁର: ଓଡ଼ିଶା ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଓ ତାଙ୍କ ଧର୍ମପତ୍ନୀ ଜୟଶ୍ରୀ କମ୍ଭମପାଟି ଆଜି କିଟ୍, କିସ୍ ଓ କିମ୍ସ ପରିଦର୍ଶନରେ ଆସିଥିଲେ। ଏଠାରେ କିସ୍ର ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କରିଥିଲେ। କିସ୍ ପିଲାଙ୍କ ସହ ମଧ୍ୟାହ୍ନଭୋଜନ କରିବାରେ ଡ. କମ୍ଭମପାଟି ହେଉଛନ୍ତି ଓଡ଼ିଶାର ପ୍ରଥମ ରାଜ୍ୟପାଳ।
ଆଜି ପୂର୍ବାହ୍ଣରେ ରାଜ୍ୟପାଳ ସପତ୍ନୀକ କିଟ୍ରେ ପହଞ୍ଚିବା ପରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କୁ ସ୍ୱାଗତ କରିଥିଲେ। ପରେ ରାଜ୍ୟପାଳ କିଟ୍ର ବିଭିନ୍ନ କ୍ୟାମ୍ପସ୍ ଓ କ୍ରୀଡ଼ା ଭିତ୍ତିଭୂମି ବୁଲି ଦେଖିଥିଲେ। କିଟ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ପରିଦର୍ଶନ ସମୟରେ ସେ ବିଭିନ୍ନ ସ୍କୁଲ୍ ବୁଲିବା ସହ ସେଠାରେ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ବିଶ୍ୱବିଦ୍ୟାଳୟର ରୁରାଲ୍ ମ୍ୟାନେଜମେଣ୍ଟ କ୍ୟାମ୍ପସ୍ରେ କୁଳପତି ପ୍ରଫେସର ଶରଣଜିତ ସିଂହ ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ସେମାନଙ୍କୁ ସ୍ୱାଗତ କରିଥିଲେ। ରାଜ୍ୟପାଳ କିଟ୍ର ଆକର୍ଷଣୀୟ ଭାସ୍କର୍ଯ୍ୟ ଓ ପାର୍କ ପରିଦର୍ଶନ କରି ବିମୋହିତ ହୋଇଥିଲେ। ସେହିପରି ଗୋଲାପ ବଗିଚା, ଲ’ ସ୍କୁଲ୍, ବାୟୋଟେକ୍ନୋଲୋଜି, କିମ୍ସ, କିମ୍ସ ସୁପରସ୍ପେଶିଆଲିଟି ହସ୍ପିଟାଲ୍ ଓ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ କ୍ୟାମ୍ପସ ପରିଦର୍ଶନ କରିଥିଲେ। କିସ୍ରେ ପହଞ୍ଚିବା ପରେ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କରିଥିଲେ। ମଧ୍ୟାହ୍ନଭୋଜନ ପରେ ସେ ପିଲାମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।
ସମସ୍ତ କ୍ୟାମ୍ପସ୍ ପରିଦର୍ଶନ ପରେ ରାଜ୍ୟପାଳ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ରାଜ୍ୟପାଳଙ୍କ କିସ୍ ପରିଦର୍ଶନ ସମୟରେ କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।
କିସ୍ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କଲେ ରାଜ୍ୟପାଳ
ଓଡ଼ିଶା ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଓ ତାଙ୍କ ଧର୍ମପତ୍ନୀ ଜୟଶ୍ରୀ କମ୍ଭମପାଟି ଆଜି କିଟ୍, କିସ୍ ଓ କିମ୍ସ ପରିଦର୍ଶନରେ ଆସିଥିଲେ। ଏଠାରେ କିସ୍ର ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କରିଥିଲେ। କିସ୍ ପିଲାଙ୍କ ସହ ମଧ୍ୟାହ୍ନଭୋଜନ କରିବାରେ...
/sambad/media/media_files/2025/07/25/kiss-2025-07-25-07-13-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)