ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ ରାଜ୍ୟପାଳ

ପୁରୁଣା ଭୁବନେଶ୍ୱର : ଓଡ଼ିଶାର ନୂଆ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀଲାଲ ଆଜି ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ସନ୍ଧ୍ୟା ପ୍ରାୟ ୬ଟାରେ ଶ୍ରୀ ଲାଲ ମନ୍ଦିରରେ ପ୍ରବେଶ କରି ପ୍ରଥମେ ସିଦ୍ଧି ବିନାୟକଙ୍କ ଦର୍ଶନ କରିଥିଲେ। ପରେ ସେ ଆଡ଼କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ମା’ ପାର୍ବତୀଙ୍କୁ ପୂଜାର୍ଚନା କରିଥିଲେ। ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା, ଟ୍ରଷ୍ଟ ବୋର୍ଡର ସଭ୍ୟ ମାନସ ମହାପାତ୍ର ଓ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ। ବଡ଼ୁ ନିଯୋଗର ପ୍ରତିନିଧି କମଳାକାନ୍ତ ବଡ଼ୁ ଶ୍ରୀ ଲାଲଙ୍କ ପୂଜାନୀତି ସଂପାଦନ କରାଇଥିଲେ। ଏହି ଅବସରରେ ଶ୍ରୀ ଲାଲଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର