କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ: ସମାଜସେବୀ ଗୋବିନ୍ଦ୍ର ଚନ୍ଦ୍ର ପଟ୍ଟନାୟକଙ୍କୁ ‘ଦୟାନଦୀ ସମ୍ମାନ’

‘କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ’ ପକ୍ଷରୁ ଦୟାନଦୀର ଲିଙ୍ଗିପୁର-ନାଥପୁର ଘାଟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଂଜନ ଦାଶ, ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ, ବରିଷ୍ଠ ସମାଜସେବୀ ପ୍ରଦ୍ୟୁମ୍ନ ଶତପଥୀ, କବି ହୁସେନ ରବି ଗାନ୍ଧୀ, ଏସି ଏସ୍‌ଟି ଓ ପଛୁଆ ବର୍ଗ ବିକାଶ ବିଭାଗର ଉପଦେଷ୍ଟା ମୁଜ୍ଜିବୁଲ୍ଲା ଖାନ୍‌, ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାପୋକର ଅଧ୍ୟକ୍ଷ ତଥା ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ସମ୍ବର୍ଦ୍ଧନା ସଭାରେ ସଭାପତିତ୍ବ କରିଥିଲେ। ବରିଷ୍ଠ ସମାଜସେବୀ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କୁ ଏହି ଅବସରରେ ‘ଦୟାନଦୀ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆଇନଜୀବୀ ଭକ୍ତଭୂଷଣ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରବୀନ୍ଦ୍ର ପାତ୍ର ଧନ୍ୟବାଦ ଦେଇଥିଲେ।

‘ନିଖିଳ ଓଡ଼ିଶା ପୁଟୁଳି ବୈଶ୍ୟ ବଣିକ ସଂଘ’ ଆନୁକୂଲ୍ୟରେ ସୁଦର୍ଶନ ଦେବଙ୍କ ଦାରୁପୀଠ ନିକଟ କୁଆଖାଇ ନଦୀରେ ବୋଇତ ବନ୍ଦାଣ ହୋଇଥିଲା। କମିଟିର ସଭାପତି ଚକ୍ରଧର ନାୟକ, ଭୁବନେଶ୍ବର ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ନାୟକ ଓ ରାୟପୁର ମଣ୍ଡଳ ସଭାପତି ଲିଙ୍ଗରାଜ ସାହୁ ଏହାକୁ ପରିଚାଳନା କରିଥିଲେ। ‘ଗାନ୍ଧୀ ସ୍ମୃତି ପରିଷଦ’ ପକ୍ଷରୁ ବାଲିଅନ୍ତା ନିକୁଞ୍ଜ ବିହାରୀ ମନ୍ଦିର ନିକଟରେ କୁଶଭଦ୍ରା ନଦୀ ଘାଟରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୋଇତ ଭସାଇଥିଲେ।

ବିନ୍ଦୁସାଗର ଉତ୍ତରେଶ୍ୱର କୂଳରେ ନୌବାଣିଜ୍ୟର ଝଲକ
ପୁରୁଣା ଭୁବନେଶ୍ବର: ବିନ୍ଦୁସାଗର ଉତ୍ତରେଶ୍ୱର କୂଳରେ ‘ଭୁବନେଶ୍ୱର ସାଂସ୍କୃତିକ ପରିଷଦ’ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ଅନନ୍ତ ନାରାୟଣ ଜେନା, ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ କର୍ପୋରେଟର ରା‌ଜେନ୍ଦ୍ର ସମର୍ଥା, ବିରଞ୍ଚି ନାରୟଣ ମହାସୂପକାର, ପୁଷ୍ପା ଦାସ ଓ ସୁବାସ ପାତ୍ର ପ୍ରମୁଖ ଯୋଗଦେଇ ସାଧବ ପୁଅଙ୍କ ନୌବାଣିଜ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଉମାକାନ୍ତ ମିଶ୍ର, ନଟିଆ ସ୍ମୃତି ରଞ୍ଜନ ମହାନ୍ତି, ଦୀପକ ମଙ୍ଗରାଜ, ଆୟୁଷୀ ମହାପାତ୍ର, ସାଲିନୀ କୋଠକୋଣ୍ଡା, ହେମନ୍ତ ମିଶ୍ର, ରମେଶ ସାହୁ, ଗୀତାଞ୍ଜଳି ପୂଜାପଣ୍ଡା, ନମିତା ସାହୁ ଓ ସୁଶାନ୍ତ ସାହୁ ପ୍ରମୁଖଙ୍କୁ ‘ଏକାମ୍ର ସଂସ୍କୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ଉତ୍ସବକୁ ଅନୁଷ୍ଠାନର ଉପସଭାପତି ସମରେନ୍ଦ୍ର ସାହୁ ସଂଯୋଜନା କରିଥିବା ବେଳେ ଦୀପକ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଆରାଧନା ଭଜନ ସଂସ୍ଥା ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ଉପସଭାପତି ସମରେନ୍ଦ୍ର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ଦୀପକ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିରେ ପୂର୍ବତନ କର୍ପୋରେଟର ନୃପେଶ ନାୟକ ଓ ପ୍ରମୋଦ ମହାପାତ୍ର, ଲିଟୁ ମହାସୂପକାର, ହୃଦୟ ବଲ୍ଲଭ ସାମନ୍ତରାୟ, ଜିତେନ୍ଦ୍ର ନନ୍ଦ ଓ ଚନ୍ଦ୍ରଶେଖର ମଲିଆ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର