ଚାକିରିରେ ବୟସ ସୀମା ବୃଦ୍ଧି କରିବାକୁ ଆଶାୟୀ ଛାତ୍ରଛାତ୍ରୀ ପରିଷଦର ଦାବି

ଭୁବନେଶ୍ୱର: ଆଶାୟୀ ଛାତ୍ରଛାତ୍ରୀ ପରିଷଦ ପକ୍ଷରୁ ଓଡ଼ିଶାରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ରୁ ୪୨ବର୍ଷ ବୃଦ୍ଧି କରିବା ପାଇଁ ଦାବି ହୋଇଛି। ଏନେଇ ଆସନ୍ତା ମାର୍ଚ୍ଚ ୨୯ରେ ଲୋୟର ପିଏମ୍‌ଜି ଠାରେ ଆଶାୟୀ ଛାତ୍ରଛାତ୍ରୀ ପରିଷଦ ପକ୍ଷରୁ ଏକ ସମାବେଶର ଆୟୋଜନ କରାଯାଇଛି।

ତେଲଙ୍ଗାନା, ଗୁଜୁରାଟ, ମଧ୍ୟପ୍ରଦେଶ ଆଦି ୧୦ଟି ରାଜ୍ୟରେ ସରକାରୀ ଚାକିରି ପାଇଁ ବୟସସୀମା ୪୦ବର୍ଷ ଧାର୍ଯ୍ୟ ହୋଇଛି। ପିଲାମାନେ ପାଠପଢ଼ା ସାରିବା ବେଳକୁ ସେମାନଙ୍କ ବୟସ ୩୦ବର୍ଷ ପାଖାପାଖି ହୋଇଯାଉଛି,ଏଭଳି କ୍ଷେତ୍ରରେ ଓଡ଼ିଶାରେ ଯଦି ସରକାରୀ ଚାକିରି ପାଇଁ ବୟସ ସୀମା ୩୨ବର୍ଷ ରହିବ ତେବେ ଅନେକ ପିଲା ସରକାରୀ ଚାକିରିରୁ ବଞ୍ଚିତ ରହିବେ। ତେଣୁ ବୟସସୀମାକୁ ବୃଦ୍ଧି କରିବା ପାଇଁ ପରିଷଦ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର