ଚନ୍ଦ୍ରଶେଖରପୁର: ବିଶ୍ୱର ପ୍ରଥମ ଜନଜାତି ବିଶ୍ୱବିଦ୍ୟାାଳୟର ମାନ୍ୟତା ପାଇଥିବା କିସ୍କୁ ରାଜ୍ୟ ସରକାର ୧୦୦ ଏକରରୁ ଊର୍ଧ୍ୱ ଜମି ଯୋଗାଇଦେବା ସହିତ ସ୍ଥାୟୀ ଆର୍ଥିକ ବ୍ୟବସ୍ଥା କରନ୍ତୁ। ସେହିପରି କେନ୍ଦ୍ର ସରକାରଙ୍କ ଜନଜାତି ମନ୍ତ୍ରାଳୟ ଅନ୍ୟାନ୍ୟ ଜନଜାତି ଅନୁଷ୍ଠାନକୁ ବିଭିନ୍ନ ସହଯୋଗ ଯୋଗାଇ ଦେଉଥିବା ବେଳେ କିସ୍ ଡିମ୍ଡ ବିଶ୍ୱବିଦ୍ୟାାଳୟକୁ ମଧ୍ୟ ସମାନ ପରିମାଣର ଆବଶ୍ୟକ ସ୍ଥାୟୀ ଆର୍ଥିକ ସହଯୋଗ ଯୋଗାଇ ଦେବା ନିମନ୍ତେ କିସ୍ ଅଭିଭାବକ ସଂଘ, କିସ୍ ପୁରାତନ ଛାତ୍ରସଂଘ ଓ ଓଡ଼ିଶା ଆଦିବାସୀ ଫୋରମ୍ ଦାବି କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସବୁ ସଂଗଠନର କର୍ମକର୍ତାମାନେ କହିଲେ ଯେ କିସ୍ରେ ପ୍ରାୟ ୨୭ହଜାର ଛାତ୍ରଛାତ୍ରୀ ପଢ଼ୁଥିବାବେଳେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏହି ଅନୁଷ୍ଠାନ ବିରୋଧରେ ଅପପ୍ରଚାର କରୁଛନ୍ତି। ଏଭଳି ଉଦ୍ୟମକୁ ନିନ୍ଦା କରାଯିବା ସହିତ ଦରକାର ପଡ଼ିଲେ ଏହି ସଂଗଠନଗୁଡ଼ିକ କିସ୍ ସପକ୍ଷରେ ଦୃଢ଼ ଭାବରେ ଛିଡ଼ା ହେବେ ବୋଲି ସେମାନେ ପ୍ରକାଶ କରିଥିଲେ। ଏନେଇ କୌଣସି ସମସ୍ୟା ଦେଖାଦେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂଗଠନର କର୍ମକର୍ତାମାନେ ଚେତାବେନୀ ଦେଇଥିଲେ।
କିସ୍ ଅଭିଭାବକ ଓ ପୁରାତନ ଛାତ୍ରସଂଘର ଦାବି, ସରକାର କିସ୍କୁ ଜମି ଯୋଗାଇ ଦିଅନ୍ତୁ
/sambad/media/post_attachments/wp-content/uploads/2018/02/kiss-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)