ଭୁବନେଶ୍ୱର : ୨୦୧୨ ମସିହାରେ ସଂଘଟିତ ସନ୍ଦୀପ ନନ୍ଦ ହତ୍ୟା ମାମଲାରେ ୧୦ଜଣ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ମାମଲାର ତଦନ୍ତକାରୀ ଅଧିକାରୀ (ଆଇଓ) ତଥା ତତ୍କାଳୀନ ଖଣ୍ଡଗିରି ଥାନା ଏସ୍ଆଇ ଦୟାନିଧି ନାୟକ ଓ ମାମଲା ପରିଚାଳନା କରୁଥିବା ସ୍ବତନ୍ତ୍ର ପିପି ଡ. ସୁରେଶ କୁମାର ବାରିକଙ୍କ ଯୋଗୁଁ ଦୋଷୀମାନେ ଦଣ୍ଡିତ ହୋଇଛନ୍ତି। ଏଥିପାଇଁ ସେମାନଙ୍କୁ ଆଜି ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ସମ୍ବର୍ଦ୍ଧିତ କରିଛନ୍ତି। କମିସନର ପ୍ରେସ୍ କନ୍ଫରେନ୍ସ୍ ହଲ୍ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଡିସିପି ଅନୁପ କୁମାର ସାହୁ, ଡିସିପି (ଟ୍ରାଫିକ୍) ସାଗରିକା ନାଥ ପ୍ରମୁଖ ଉପସ୍ଥିତ ଥିଲେ। ପୁଲିସ ଅଧିକାରୀ ଶ୍ରୀ ନାୟକ ବର୍ତ୍ତମାନ ଲକ୍ଷ୍ମୀସାଗର ଥାନା ଆଇଆଇସି ଭାବେ ଅବସ୍ଥାପିତ ଅଛନ୍ତି। ତାଙ୍କର ନିଷ୍ଠାପରତା ଓ ଦକ୍ଷତା ଯୋଗୁଁ ଏଭଳି ଏକ ଜଘନ୍ୟ ହତ୍ୟା ମାମଲାର ଦୋଷୀମାନଙ୍କୁ ଦଣ୍ଡ ମିଳି ପାରିଛି। ଏହି ଅବସରରେ ସ୍ବତନ୍ତ୍ର ପିପି ଡ. ବାରିକ କହିଲେ, ତଦନ୍ତ ବେଳେ ଛୋଟ ଛୋଟ ଭୁଲ୍ ପାଇଁ ବଡ଼ ବଡ଼ ଅପରାଧୀ ଖସି ଯାଉଥିବା ବେଳେ ନିର୍ଭୁଲ୍ ଓ ବଳିଷ୍ଠ ତଦନ୍ତ ଯୋଗୁଁ ଏହି ସବୁ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିଛି। ଉଲ୍ଲେଖଯୋଗ୍ୟ, ୨୦୧୨ ଏପ୍ରିଲ ୨ ତାରିଖରେ ଘଟିଥିବା ଏହି ହତ୍ୟାକାଣ୍ଡର ରାୟ ଗତ ଅକ୍ଟୋବର ୩୧ ତାରିଖରେ ପ୍ରକାଶ ପାଇଥିଲା।
ମାମଲାର ସଫଳ ପରିଚାଳନା : ସରକାରୀ ଓକିଲ, ଆଇଓ ସମ୍ବର୍ଦ୍ଧିତ
/sambad/media/post_attachments/wp-content/uploads/2019/11/commissioner.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)