ଚନ୍ଦ୍ରଶେଖରପୁର: ରେଳବାଇ ବୋର୍ଡ ପକ୍ଷରୁ ‘ସରକାରୀ ଶାସନେର ନୈତିକତା’ ଶୀର୍ଷକ ଏକ କର୍ମଶାଳା ଆରମ୍ଭ ହୋଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉେମଶ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତଟ ଳେପଥର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ସ୍ବଚ୍ଛତା ପକ୍ଷରେ ରେଳଷ୍ଟେସନ, ଟ୍ରେନ୍, କଲୋନି ଓ କାର୍ଯ୍ୟାଳୟ ପରିସରକୁ ସଫା ସୁତୁରା ରଖିବାକୁ ଶପଥ ନେଇଥିଲେ। ଅଭିଜ୍ଞ ତାଲିମପ୍ରାପ୍ତ ଅଧିକାରୀଙ୍କ ଦ୍ବାରା ନୈତିକତା ଆହ୍ବାନ, ବିଭିନ୍ନ ଦିଗ ଓ ନିଷ୍ପତ୍ତି ନେବା ଉପରେ ଆଲୋଚନା କରାଯାଇଥିଲା। ମହାପ୍ରବନ୍ଧକ ଶ୍ରୀ ସିଂ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଦାଣ୍ଡିଯାତ୍ରା ଉପରେ ନିର୍ମିତ ଏକ ପେଣ୍ଟିଂକୁ ଅନାବରଣ କରିଥିଲେ। ଅତିରିକ୍ତ ମହାପ୍ରବନ୍ଧକ ରଜୀବ ଶର୍ମା ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସକାଳେ ରେଳବାଇ କଲୋନିରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ହେବା ସହ ପରିବେଶକୁ ସଫାସୁତୁରା ରଖିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା।
‘ସରକାରୀ ଶାସନେର ନୈତିକତା’ ଶୀର୍ଷକ କର୍ମଶାଳା
/sambad/media/post_attachments/wp-content/uploads/2018/10/railway2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)