ପୁରୁଣା ଭୁବନେଶ୍ୱର: ଗ୍ୟାରେଜ୍ ଛକଠାରେ ଦୟା କେନାଲ କଡ଼ରେ ଥିବା ଏକ ପ୍ରାକୃତିକ ନାଳକୁ ବିଲ୍ଡର ପୋତି ଦେଇଛନ୍ତି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଏହି ପ୍ରାକୃତିକ ନାଳ ପୋତି ହେଲେ ବର୍ଷା ହେଲେ ସମସ୍ୟା କରିବ ବୋଲି ଲୋକ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଗ୍ୟାରେଜ୍ ଛକଠାରୁ ଟଙ୍କପାଣି ରୋଡ୍ ଆଡ଼କୁ ଦୟା ୱେଷ୍ଟ କେନାଲକୁ ଯିବା ବେଳେ ବାମ ପାର୍ଶ୍ବରେ ରହିଛି ଏହି ପ୍ରାକୃତିକ ନାଳ। ଏହାକୁ ଏକ ବିଲ୍ଡର ମାଟି ପକାଇ ପୋତିବା ଆରମ୍ଭ କରିଛନ୍ତି। ପ୍ରାୟ ୧୦ଟ୍ରିପ୍ ମାଟି ପକାଯାଇ ନଳାରେ ପୋତି ଦିଆଯାଇଥିବାରୁ ସ୍ଥାନୀୟ ଲୋକମାନେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହି ନାଳ ପୋତି ହେବା ଦ୍ବାରା ଡ୍ରେନ୍ ପାଣି ସ୍ଥାନୀୟ ଲୋକଙ୍କ ଘରକୁ ପଶିବା ଆଶଙ୍କା ରହିଛି। ଏହାକୁ ନେଇ ସେଠାରେ ମାଟି ପକାଉଥିବା ଗାଡ଼ି ଡ୍ରାଇଭରଙ୍କ ସହ ଯୁକ୍ତିତର୍କ ହେବାରୁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଏହି ବେନିୟମ କାମ ବନ୍ଦ ନହେଲେ ଆନ୍ଦୋଳନ କରାଯିବ ବୋଲି ଏକାମ୍ର ଜନ ଜାଗରଣ ମଞ୍ଚ ଚେତାବନୀ ଦେଇଛି। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କୁହନ୍ତି, ୨୦୧୬ ମସିହାରେ ଦୟା ୱେଷ୍ଟ କେନାଲ ପାଚେରୀ ଭୁଶୁଡ଼ି ପଡ଼ିବାରୁ କେନାଲ ପାଣି ସ୍ଥାନୀୟ ଅପାର୍ଟମେଣ୍ଟ ଓ କଲୋନିରେ ପଶିଥିଲା। ଫଳରେ ୩ଶହ ପରିବାର ଡ୍ରେନ୍ ପାଣି ଘେରରେ ରହିଥିଲେ। ସେହିପରି ବର୍ଷା ପାଣି ନିଷ୍କାସନ ନହେବାରୁ ସ୍ଥାନୀୟ ଗୌରୀ ଗାର୍ଡେନ୍ ଆପାର୍ଟମେଣ୍ଟରେ ବହୁବାର ପାଣି ପଶୁଛି। ଏଠାରେ ଥିବା ୭ନଂ ଡ୍ରେନ୍ ଜବରଦଖଲ ଯୋଗୁଁ ଏହି ସମସ୍ୟା ଉପୁଜୁଛି। ବରିଷ୍ଠ ନାଗରିକ ଶଶାଙ୍କ ଶେଖର ମହାନ୍ତି କୁହନ୍ତି, ବର୍ଷା ପାଣି ଜମି ରହିଲେ ପାଣିର ସ୍ତର ବୃଦ୍ଧି ପାଇବ। ତେଣୁ ଜବରଦଖଲ ନେଇ ସରକାର ପଦକ୍ଷେପ ନେବା ଉଚିତ। ଉପଜିଲ୍ଲାପାଳ ଦେବବ୍ରତ ସାହୁ କୁହନ୍ତି, ଏକ ଟିମ୍ ପଠାଯାଇ ଘଟଣାର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ।
ଗ୍ୟାରେଜ୍ ଛକଠାରେ ପୋତି ଦେଲେ ପ୍ରାକୃତିକ ନାଳ: ଏକାମ୍ର ଜନ ଜାଗରଣ ମଞ୍ଚର ଆନ୍ଦୋଳନ ପାଇଁ ଚେତାବନୀ
/sambad/media/post_attachments/wp-content/uploads/2019/11/sfg5s4fgh8sf4g87sf4g84sf5g64sf5g64s5g64s65gsd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)