ଭୁବନେଶ୍ୱର: ଭୁବନେଶ୍ୱରକୁ ସବୁଜ ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ପାଇଁ ପ୍ରେରଣା ପକ୍ଷରୁ ଆଜିଠାରୁ ‘ସବୁଜ, ସୁନ୍ଦର ଓ ପ୍ରଦୂଷଣମୁକ୍ତ ଭୁବନେଶ୍ୱର ଅଭିଯାନ’ ଆରମ୍ଭ ହୋଇଛି। ସାମାଜିକ ଅନୁଷ୍ଠାନ ପ୍ରେରଣା, ସିଟି କ୍ଲବ୍‌ ଓ ୩୮ ନମ୍ବର ୱାର୍ଡର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ ନୂଆପଲ୍ଲୀ ଦେବରାୟ କଲେଜ ପରିସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରେରଣାର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ପରିବେଶବିତ୍ ଡ. ଭଗବାନ ପ୍ରକାଶ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଲୋଚନା ଦାସ, ରୋଟାରି ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର, ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ଡେପୁଟି ମେୟର ମଞ୍ଜୁଲତା କହଁର, ସୁଶ୍ରୀ ତୃପ୍ତି ମିରାମ୍ବିକା ସାହୁ ଅତିଥି ରୂପେ ଯୋଗ ଦେଇ ଭୁବନେଶ୍ୱରକୁ ସବୁଜ, ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ପାଇଁ ଅଧିକରୁ ଅଧିକ ଗଛ ଲଗାଇବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।

Advertisment

ଏଥିସହିତ ମହାବିଦ୍ୟାଳୟର ଅଧ୍ୟକ୍ଷା ରୀନା ଘଡ଼ାଇ, ସମରେନ୍ଦ୍ର ଜେନା, ସିଟି କ୍ଲବର ସମ୍ପାଦକ ପ୍ରଦୀପ ରାଉତରାୟ, କର୍ପୋରେଟର ପଦ୍ମଜା ପ୍ରିୟଦର୍ଶିନୀ ଜେନା, ବୈଜୟନ୍ତୀ ସାହୁଙ୍କ ସମେତ ଅନ୍ୟ ଅତିଥିମାନେ ବୃକ୍ଷ ରୋପଣ କରିଥିଲେ। ବିଏମ୍‌ସିର ପୂର୍ବତନ କର୍ପୋରେଟର ନବକିଶୋର ବେହେରା, ସମାଜସେବୀ ସୁଜିତ କୁମାର ଦାସ, ମିଲନ ପାଇକରାୟ, ଶିକ୍ଷାବିତ୍ ଜଲିଲ ଖାଁ, ସମାଜସେବୀ ମୀର ଅହମ୍ମଦ ଅଲ୍ଲୀ, ନିଲୁ ଖୁଣ୍ଟିଆ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ।