ପ୍ରେରଣା ଗ୍ରିନ୍‌ ଆର୍ମିର ବନ ମହୋତ୍ସବ ଉଦ୍‌ଯାପିତ

ଭୁବନେଶ୍ବର: ପ୍ରେରଣା ଗ୍ରିନ୍‌ ଆର୍ମି, ୟୁନିଟ୍‌-୮ ସରସ୍ବତୀ ଶିଶୁ ବିଦ୍ୟା‌ମନ୍ଦି‌ର ଏବଂ ରୋଟାରି କ୍ଲବ ଏକାମ୍ର କ୍ଷେତ୍ରର ମିଳିତ ସହଯୋଗରେ ଗତ ୧ତାରିଖରୁ ଚାଲିଥିବା ଜାତୀୟ ବନ ମହୋତ୍ସବ ସପ୍ତାହ ଉଦ୍‌ଯାପିତ ହୋଇଯାଇଛି। ପ୍ରେରଣା ଗ୍ରିନ୍‌ ଆର୍ମିର ଚିଫ କମାଣ୍ଡର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ ଯୋଗଦେଇ ଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ପିସିସି ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପ୍ରଫେସର ଅଚ୍ୟୁତାନନ୍ଦ ପଟ୍ଟନାୟକ, ରୋଟାରି ଏକାମ୍ରର ସଭାପତି ରେଖା ଦାସ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତପନ ପଣ୍ଡା, ବିଶ୍ବମୋହନ ପଟ୍ଟନାୟକ, ଶିବ ନାରାୟଣ ମିଶ୍ର, ନୀରଦ ଖୁଣ୍ଟିଆ, ଜଲିଲ୍‌ ଖାଁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର