ଗ୍ରିନ୍ ୱାର୍ଲଡ୍‌ର ‘ମିସନ୍ ଗ୍ରିନ୍ ଡ୍ରା‌ଇଭ୍-୨୦୧୯’ ଆରମ୍ଭ

ଭୁବନେଶ୍ବର: ‘ଗ୍ରିନ୍ ୱାର୍ଲଡ୍‌ ଟ୍ରଷ୍ଟ’ ପକ୍ଷରୁ ରାଜଧାନୀକୁ ସବୁଜ ସୁନ୍ଦର କରିବା ପାଇଁ ‘ମିସନ୍ ଗ୍ରିନ୍ ଡ୍ରାଇଭ୍-୨୦୧୯’ ଆଜିଠାରୁ ଆରମ୍ଭ ହୋଇଛି। ଆଜି ଏଜି କଲୋନି ଖେଳ ପଡ଼ିଆରେ ବୃକ୍ଷରୋପଣ କରାଯାଇ ଅଭିଯାନର ଆରମ୍ଭ କରାଯାଇଛି। ଏଠାରେ ୭୦୦ ପ୍ରକାର ବିଭିନ୍ନ ପ୍ରଜାତିର ଔଷଧୀୟ ଗଛ, ଫଳ ଓ କାଠ ଜାତୀୟ ଗଛ ଲଗାଯିବ। ବୃକ୍ଷରୋପଣ କରାଯିବା ସହ ତାହାର ଯତ୍ନ ନେଇ ବଡ଼ କରିବା ଅନୁଷ୍ଠାନର ଲକ୍ଷ୍ୟ ବୋଲି କହିଛନ୍ତି ଟ୍ରଷ୍ଟର ଅଧ୍ୟକ୍ଷ ନୃପେଶ ନାୟକ। ଆଗାମୀ ଦିନରେ ରାଜଧାନୀର ବିଭିନ୍ନ ଅଞ୍ଚଳର ସ୍କୁଲ୍‌, କଲେଜ ଓ ରାସ୍ତା କଡ଼ରେ ୭୦୦ ଗଛ ଲଗାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ଆଜିର ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗଛ ଲଗାଇଥିଲେ। ପୂର୍ବତନ କର୍ପୋରେଟର୍ ନରେନ ସାହୁଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଖିମ୍‌ଜି ଫାଉଣ୍ଡେସନ୍ ଏହି ଅଭିଯାନରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର