ଚଉଠି ରାତିରେ ବନ୍ଧା ହେଲା ବର

ଭୁବନେଶ୍ବର, : ମହଙ୍ଗା ପଡ଼ିଛି ‌ଯୌତୁକ ଲୋଭ। ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେବା ଅଭି‌ଯୋଗରେ ଚଉଠି ରାତିରେ ବନ୍ଧା ହୋଇଛି ନବ ବିବାହିତ ଯୁବକ। ସେ ହେଉଛି ଭିଏସ୍‌ଏସ୍‌ ନଗରର ଦେବୀପ୍ରସାଦ ନାୟକ। ସହିଦ ନଗର ଥାନା ପୁଲିସ ଗିରଫ କରି ଦେବୀକୁ କୋର୍ଟ ଚାଲାଣ କରିଛି। ଗତ ୭ ତାରିଖରେ ବୈଦିକ ରୀତିରେ ନିମାପଡ଼ା ଅଞ୍ଚଳରେ ତା’ର ବାହାଘର ହୋଇଥିଲା। ଯୌତୁକ ବାବଦରେ ଅଢ଼େଇ ଲକ୍ଷ ଟଙ୍କା ଦେବା ପାଇଁ ଛିଣ୍ଡିଥିଲା। ବାହାଘର ବେଳେ ଦେଢ଼ଲକ୍ଷ ଦେଇଥିବା ବେ‌ଳେ ବାହାଘର ପରେ ଲକ୍ଷେ ଟଙ୍କା ଦେବାକୁ ସ୍ଥିର ହୋଇଥିଲା। ବାହାଘର ଦୁଇଦିନ ବିତିଥିଲେ ମଧ୍ୟ ଯୌତୁକ ଟଙ୍କା ଆସିନଥିବାରୁ ଦେବୀ ପତ୍ନୀଙ୍କୁ ପିଟିଥିଲା। ପତ୍ନୀ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଦେବୀକୁ ଆଜି ରାତିରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର