ଭୁବନେଶ୍ବର : ପ୍ରତିବର୍ଷ ପରି ଏଥର ମଧ୍ୟ ଓଡ଼ିଶା ବୈଦିକ ବ୍ରାହ୍ମଣ ସମାଜ ଟ୍ରଷ୍ଟ ପକ୍ଷରୁ ଖଣ୍ଡଗିରି ପାହାଡ଼ ପାଦଦେଶରେ ୯ଦିନ ବ୍ୟାପି ବିଶ୍ବଶାନ୍ତି ଗୀତା ମହାଯଜ୍ଞ ଅନୁଷ୍ଠିତ ହେଉଛି। ଏହି ଅବସରରେ ଆଜି ଟ୍ରଷ୍ଟ ପକ୍ଷରୁ ଗରିବ ବ୍ରାହ୍ମଣ ପିଲାଙ୍କର ସମୂହ ବ୍ରତୋପନୟନ ମହାସମାରୋହରେ ପାଳିତ ହୋଇଛି। ଟ୍ରଷ୍ଟ ସଭାପତି ପଣ୍ଡିତ ସତ୍ୟବ୍ରତ ମିଶ୍ରଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ରଶ୍ମିରଞ୍ଜନ ମିଶ୍ର, ଜଗନ୍ନାଥ ପଣ୍ଡା, ମନୋଜ ଷଡ଼ଙ୍ଗୀ, ମୃତ୍ୟୁଞ୍ଜୟ ମହାପାତ୍ର, ଦେବପ୍ରସାଦ ଦାଶ, ଶଶିକାନ୍ତ ମିଶ୍ର, ସତ୍ୟନାରାୟଣ ଉପାଧ୍ୟାୟ, ଦିଲ୍ଲୀପ ଷଡ଼ଙ୍ଗୀ, ନୃସିଂହ ଚରଣ ପତି, ବନମାଳି କର, ବିଜୟ ପତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।
ଖଣ୍ଡଗିରି ପାଦଦେଶରେ ସମୂହ ବ୍ରତୋପନୟନ
/sambad/media/post_attachments/wp-content/uploads/2022/02/khandagiri-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)