ଭୁବନେଶ୍ୱର: ‘ଆମ ଓଡ଼ିଶା’ ନିଶା ନିବାରଣ ବ୍ରତ ଅଭିଯାନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ସମୂହ ଦୀପଦାନ ଓ ପ୍ରାର୍ଥନାସଭା ବିଭିନ୍ନ ବ୍ଲକ, ଗ୍ରାମ ପଞ୍ଚାୟତ ଓ ଗ୍ରାମସ୍ତରରେ ଅନୁଷ୍ଠିତ ହୋଇଯାଇଛି। ଆବାହିକା ଅପର୍ଣ୍ଣା ନାୟକଙ୍କ ନେତୃତ୍ୱରେ ଏଥିରେ ଉଭୟ ପୁରୁଷ ଓ ମହିଳା ନିଶାନିବାରଣ କର୍ମୀମାନେ ଅଂଶଗ୍ରହଣ କରିଥିଲେ। ୨୩ରୁ ଅଧିକ ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହା ଭିତରେ ଥିଲା କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର କଳାବୁଦା, ବଙ୍ଗାଳପୁର, ପଦ୍ମପୁର, ପାଟକୁରା, ଟିକନପୁର, ବଡ଼ବେତେରା, ଗରଦପୁର ପଞ୍ଚାୟତ, ଆଳି ବ୍ଲକ, ମାର୍ଶାଘାଇ, ପଟ୍ଟାମୁଣ୍ଡାଇ, ଡେରାବିଶ ବ୍ଲକ, କଟକ ଜିଲ୍ଲାର ରତାଗଡ଼ ଲେଙ୍କାସାହି, ରାମଦାସପୁର, ବାରଙ୍ଗ ବ୍ଲକ, ପିକୋଳ ପଞ୍ଚାୟତ, ସାଲେପୁର ବ୍ଲକ, ଗରୁଡ଼ ଗ୍ରାମପଞ୍ଚାୟତ, ଟାଙ୍ଗୀ, ଚୌଦ୍ୱାର ବ୍ଲକ, ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ, କାକଟପୁର ବ୍ଲକ, ବ୍ରହ୍ମଗିରି ବ୍ଲକ, ଜଗତସିଂହପୁର ଜିଲ୍ଲାର କୋଲର ପଞ୍ଚାୟତ, ତିର୍ତ୍ତୋଲ ବ୍ଲକ, ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ, ନୟାଗଡ଼ ପୌରପାଳିକା ଏବଂ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ।

Advertisment

ଏସବୁ ସ୍ଥାନରେ ଯଥକ୍ରେମେ ମିନତି ପଣ୍ଡା, କୁନି ସାହୁ, ରୀତାଞ୍ଜଳି ଲେଙ୍କା, ଲକ୍ଷ୍ମୀଧର ଦୀକ୍ଷିତ, ସୁଜାତା ସାମନ୍ତରାୟ, ଶାନ୍ତିଲତା ସାହୁ, କାଞ୍ଜନବାଳା ସ୍ୱାଇଁ, ପ୍ରଣତି ନାୟକ, ବିଜୟିନୀ ନାୟକ, ରଶ୍ମି ବାହାଲିଆ, ମମତା ମହାରଣା, ଦୁଷ୍ମନ୍ତ ପରିଡ଼ା, ଉଷାରାଣୀ ବସ୍ତିଆ, ବିପିନ ମହାନ୍ତି, ବିନି କାଣ୍ଡି, ମୀନା ସାହୁ, ସସ୍ମିତା ସାହୁ, ମିନର୍ଭା ହୋତା, ସନ୍ତୋଷିନୀ ଦାସ, ଗୋରୀ ନାୟକ, ସ୍ନିଗ୍ଧା ପଟ୍ଟନାୟକ ଓ ବିଚିତ୍ରାନନ୍ଦ ପଣ୍ଡା ପ୍ରମୁଖ ନେତୃତ୍ବ ନେଇଥିଲେ। ନିଜ ପରିବାର ଓ ଗ୍ରାମକୁ ନିଶାମୁକ୍ତ କରିବା ପାଇଁ ଏହି କାର୍ଯ୍ୟକ୍ରମ ମହିଳାମାନଙ୍କ ମଧ୍ୟରେ ନୂତନ ଶକ୍ତି ଓ ଆତ୍ମବିଶ୍ୱାସ ଭରି ଦେଇଥିଲା। ଏହି କାର୍ଯ୍ୟକ୍ରମକୁ ଭବିଷ୍ୟତରେ ଆହୁରି ଲୋକାଭିମୁଖୀ କରି ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ମହିଳାମାନେ ସଂକଳ୍ପବଦ୍ଧ ହୋଇଥିଲେ।