ପାଣ୍ଡବନଗର ଗୋଷ୍ଠୀକେନ୍ଦ୍ର ଉଦ୍‌ଘାଟିତ

ପୁରୁଣା ଭୁବନେଶ୍ୱର : ବିଏମ୍‌ସି ୱାର୍ଡ ନମ୍ବର ୫୭ ଅନ୍ତର୍ଗତ ପାଣ୍ଡବ ନଗରରେ ଏକ ଗୋଷ୍ଠୀକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ କର୍ପୋରେଟର୍‌ ବନ୍ଦନା ସାହୁଙ୍କ ପୌରୋହିତରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା ଏହାକୁ ଉଦ୍‌ଘାଟିତ କରିଛନ୍ତି। ପ୍ରାୟ ୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଗୋଷ୍ଠୀକେନ୍ଦ୍ରକୁ ସ୍ଥାନୀୟ ବିଧାୟକ ଶ୍ରୀ ପଣ୍ଡାଙ୍କ ହାତପାଣ୍ଠିରୁ ୪ ଲକ୍ଷ, କର୍ପୋରେଟର୍‌ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ନିର୍ମାଣ କରାଯାଇଛି। ଏହି ଅବସରରେ ସେଠାରେ ସଂସ୍କୃତିକ କାର୍ଯ୍ୟକ୍ରମ ଓ ବନ୍ଧୁମିଳନ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର