ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ବୋମାମାଡ଼

ଖଣ୍ଡଗିରି : ଭୁବନେଶ୍ୱର ଉପକଣ୍ଠସ୍ଥ ଖଣ୍ଡଗିରି ଥାନା ଅନ୍ତର୍ଗତ ସରକନ୍ତରା ଓ ରଘୁନାଥନଗର ମଧ୍ୟରେ ଆଜି ସଂନ୍ଧ୍ୟାରେ ଘଟିଛି ଗୋଷ୍ଠୀ ସଂଘର୍ଷ। ଏଥିରେ ଉଭୟ ଗାଁ’ ମଧ୍ୟରେ ଟେକାପଥର ମାଡ଼ ସହ କେତେକ ଘର ଉପରେ ବୋମାମାଡ଼ ମଧ୍ୟ ହୋଇଛି। ଉତ୍ତ୍ୟକ୍ତ ଲୋକେ କେତେକ ଦୋକାନରେ ଭଙ୍ଗାରୁଜା କରିବା ସହ ବୋମାମାଡ଼ ମଧ୍ୟ କରିଛନ୍ତି। ଏଥିସହିତ ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ି ଭଙ୍ଗାରୁଜା କରିବା ସହ ପୁଲିସ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ଏହି ଗୋଷ୍ଠୀ ସଂଘର୍ଷରେ ଖଣ୍ଡଗିରି ଥାନା ଆଇଆଇସି ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଘଟଣାସ୍ଥଳରେ ଅଧିକ ସଂଖ୍ୟାରେ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର