ଭୁବନେଶ୍ୱର: ୟୁନିଟ୍-୮ସ୍ଥିତ ଡିଏଭି ସ୍କୁଲ୍ ଅଫ୍ ବିଜ୍ନେସ୍ ମ୍ୟାନେଜ୍ମେଣ୍ଟ୍ ଓ ଡିଏଭି ପବ୍ଲିକ୍ ସ୍କୁଲ୍ର ମିଳିତ ସହଯୋଗରେ ଆଇସିଏଆଇର ଏକ ୫ ଦିନିଆ କର୍ମଶାଳା ଆଜି ଠାରୁ ଆରମ୍ଭ ହୋଇଛି। ଏହି କର୍ମଶାଳାଟି ଜିଏସ୍ଟିରେ ଅନ୍ତର୍ଭୁକ୍ତ ନାରୀମାନଙ୍କର ସଶକ୍ତିକରଣ ଦକ୍ଷତା ନିର୍ମାଣ ଉପରେ ଆଧାରିତ। ଆଜିର ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଆଇସିଏଆଇର ସଭାପତି ଚିରଞ୍ଜୀବୀ ଜେନା ଯୋଗ ଦେଇ ଜିଏସ୍ଟିର ଇତିହାସ ଓ ତା’ର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ଆଇସିଏଆଇର ସମ୍ପାଦକ ସିଦ୍ଧାର୍ଥ ରଞ୍ଜନ ଜିଏସ୍ଟିର ଉପକାରିତା ଉପରେ ଆଲୋଚନା କରିଥିଲେ। ଆଇସିଏଆଇର ପୂର୍ବତନ ସଭାପତି ରଶ୍ମି ରଞ୍ଜନ ମିଶ୍ର ଓ ସ୍ୱାତୀ କେଜ୍ରିଓ୍ଵାଲ ଜିଏସ୍ଟି ଉପରେ ଆଲୋଚନା କରିଥିଲେ। ଡିଏସ୍ବିଏମ୍ ଅଧ୍ୟକ୍ଷ ଡି ଏନ୍ ମିଶ୍ର କହିଥିଲେ, ଏପରି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ୍ୟାରିୟର୍କୁ ସଫଳ କରିବାରେ ସହାୟକ ହେବ। ଅନୁଷ୍ଠାନର ଅଧ୍ୟାପକ ସମିରନ୍ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଡିଏସ୍ବିଏମ୍ରେ ଜିଏସ୍ଟି କର୍ମଶାଳା
/sambad/media/post_attachments/wp-content/uploads/2018/07/m9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)