ବାଲିଯାତ୍ରା ପଡ଼ିଆରେ ଗୁଡ଼ି ମହୋତ୍ସବ: ଗୁଡ଼ିଉଡ଼ା ପର୍ବକୁ ଲୋକାଭିମୁଖୀ ପାଇଁ ଉଦ୍ୟମ ହେଉ

ଭୁବନେଶ୍ବର: ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମ୍ ପକ୍ଷରୁ ଭୁବନେଶ୍ୱର ବରିମୁଣ୍ଡସ୍ଥିତ ବାଲିଯାତ୍ରା ପଡ଼ିଆରେ ଗୁଡ଼ି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ସମାରୋହରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ବାଲିଯାତ୍ରା କମିଟି ନିର୍ଦ୍ଦେଶକ ଜୀବନ କୁମାର ଗଡୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋପ ପାଇଯିବାକୁ ବସୁଥିବା ଗୁଡ଼ିଉଡ଼ା ପର୍ବକୁ କେଉଁଭଳି ଲୋକାଭିମୁଖୀ କରାଯିବା ସହ ବ୍ୟାପକ କରାଯାଇପାରିବ, ସେ ନେଇ ଉଦ୍ୟମ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଗୁଜରାଟ, ରାଜସ୍ଥାନ, ତେଲେଙ୍ଗାନା ଭଳି ରାଜ୍ୟରେ ଯେଉଁଭଳି ଅନ୍ତର୍ଜାତୀୟସ୍ତରର ଗୁଡ଼ି ମହୋତ୍ସବ ଆୟୋଜନ ହେଉଛି, ସେହିଭଳି ଓଡ଼ିଶାରେ ମଧ୍ୟ ଗୁଡ଼ି ମହୋତ୍ସବକୁ ଅନ୍ତର୍ଜାତୀୟସ୍ତରର କରି ସ୍ୱତନ୍ତ୍ର ଭାବେ ପାଳନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱରରେ ଥିବା ବି

ଭିନ୍ନ ସପିଂ ମଲ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆସୁଥିବା ଲୋକଙ୍କୁ ପାଖାପାଖି ଦଶ ହଜାର ଗୁଡ଼ି ବଣ୍ଟା ଯାଇଥିଲା। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଗୁଡ଼ି ଉଡ଼ାଇବା ସହ ଏହାକୁ ଉପଭୋଗ କରିଥିଲେ। ଆର୍‌ଜେ ଅନିଲ ଓ ଆର୍‌ଜେ କୋମଲ କାର୍ଯ୍ୟକ୍ରମ ପରିଚାଳନା। ତୃପ୍ତି, ରାକେଶ, ରାଣା, ରମାକାନ୍ତ, ସୌମ୍ୟ, ନିଗମ, ପୁଷ୍ପରାଜ ଏଥିରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର