ରାଜଭବନରେ ‘ଗୁଡ଼ି ଯାଆ ଉଡ଼ି’ ଉନ୍ମୋଚିତ

ଭୁବନେଶ୍ୱର: ବିଶିଷ୍ଟ ଶିଶୁ ସାହିତ୍ୟିକ ବଙ୍କିମ ଚନ୍ଦ୍ର ନାୟକଙ୍କ ରଚିତ ଏବଂ ଏନ୍‌ବିଟି ଇଣ୍ଡିଆ ଦ୍ୱାରା ପ୍ରକାଶିତ ‘ଗୁଡ଼ି ଯାଆ ଉଡ଼ି’ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। କାର୍ଯ୍ୟକ୍ରମରେ ‘ଝୁମୁକା’ର ସଂପାଦକ ମାନସ ଚନ୍ଦ୍ର ସାମଲ ଉପସ୍ଥିତ ଥିଲେ।

ନ୍ୟାସନାଲ ବୁକ୍ ଟ୍ରଷ୍ଟର ଓଡ଼ିଆ ଭାଷା ସଂପାଦକ ପ୍ରମୋଦ ସରଙ୍କ ତତ୍ତ୍ୱାବଧାନରେ ପୁସ୍ତକଟି ପ୍ରକାଶ ପାଇଛି। ଅଳଙ୍କରଣ କରିଛନ୍ତି ବ୍ରଜକିଶୋର ଜେନା।

ସମ୍ବନ୍ଧିତ ଖବର