ଭୁବନେଶ୍ବର: ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରେଡିଓ ଚକଲେଟ୍ ପକ୍ଷରୁ ଭୁବନେଶ୍ବର ଚାରିଟେବୁଲ୍ ଟ୍ରଷ୍ଟ୍ ସହଯୋଗରେ ଗୁଡ଼ିଉଡ଼ା ଉତ୍ସବ ଅନୁଷ୍ଠିତ ହେବ। ବରିମୁଣ୍ଡସ୍ଥିତ ଭୁବନେଶ୍ବର ବାଲିଯାତ୍ରା ପଡ଼ିଆରେ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ଉତ୍ସବ ଆୟୋଜିତ ହେବ। ଏନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇ ଗୁଡ଼ିଉଡ଼ା ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି କହିଥିଲେ।
ଓଡ଼ିଶାର ଅନ୍ୟତମ ମୁଖ୍ୟ ପର୍ବ ମକର ସଂକ୍ରାନ୍ତିରେ ହେଉଥିବା ଗୁଡ଼ି ଉଡ଼ାକୁ ଲୋକଙ୍କ ମାନସପଟରେ ଉଜ୍ଜୀବିତ କରାଇବା ପାଇଁ ଗୁଡ଼ିଉଡ଼ା ଉତ୍ସବ ଆୟୋଜନ କରାଯାଉଛି ବୋଲି ରେଡିଓ ଚକଲେଟ୍ର ସେଲ୍ସ୍ ଆଣ୍ଡ୍ ମାର୍କେଟିଂ ମୁଖ୍ୟ ଲିଙ୍ଗରାଜ ଲେଙ୍କା କହିଥିଲେ। ରେଡିଓ ଚକଲେଟ୍ର ପ୍ରୋଗ୍ରାମିଂ ହେଡ୍ ସଂଗ୍ରାମ ମିଶ୍ର, ସେଲ୍ସ ହେଡ୍ ମନୋଜ ରାଓ, ଭୁବନେଶ୍ବର କାଇଟ୍ ଫ୍ଲାଇଙ୍ଗ୍ ଲଭର୍ସ ଆସୋସିଏସନ୍ର ନିରଂଜନ ପ୍ରହରାଜ, ସଂପାଦକ ତପନ ବଳିୟାରସିଂହ, ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରତିଷ୍ଠାତା ଯଶୋବନ୍ତ ଓଝା ପ୍ରମୁଖ ବୈଠକରେ ଯୋଗ ଦେଇ ଗୁଡ଼ିଉଡ଼ାକୁ ସଫଳ କରିବା ପାଇଁ ଗୁଡ଼ିପ୍ରେମୀଙ୍କୁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/4f5shf5s64h56fs4h56fshshsffssfh.jpg)