ଭୁବନେଶ୍ବର: ୨୦୨୦-୨୧ ଶିକ୍ଷାବର୍ଷରେ ଯୁକ୍ତ୩ କଲେଜରେ ନାମଲେଖା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି। ତିନି ରାଉଣ୍ଡ ବିଶିଷ୍ଟ ଗୋଟିଏ ପର୍ଯ୍ୟାୟରେ କେବଳ ଅନ୍ଲାଇନ୍ ନାମଲେଖା ହେବ। ଛାତ୍ରଛାତ୍ରୀ ସାମସ୍ ପୋର୍ଟାଲ୍ରେ ନିଜ ଫୋନ୍ ନମ୍ୱର, ଇ-ମେଲ ଆଇଡି ଦେଇ ଇ-ନାମଲେଖା ଲାଗି ଆବେଦନ କରିପାରିବେ। ଆବେଦନ ସମୟରେ ଏଣିକି ଆଉ ମାର୍କସିଟ୍ କି ସାର୍ଟିଫିକେଟ୍ ଅପଲୋଡ୍ କରିବାକୁ ପଡ଼ିବନି। ନାମଲେଖା ସମୟରେ ଏସବୁ ଯାଞ୍ଚ କରାଯିବ। ୨୦୨୦-୨୧ ଶିକ୍ଷାବର୍ଷ ଲାଗି ସିଏଏଫ୍(କମନ୍ ଆପ୍ଲିକେସନ ଫର୍ମ) ଫ’ ଓ ନାମଲେଖା ଫି’ କେବଳ ଅନ୍ଲାଇନ୍ରେ ଆଦାୟ କରାଯିବ। ଅଫ୍ଲାଇନ୍ରେ କୌଣସି ସୁବିଧା ଉପଲବ୍ଧ ହେବ ନାହିଁ। ସ୍ଲାଇଡ୍ ଅପ୍ ପ୍ରକ୍ରିୟାରେ ଭାଗ ନେବାକୁ ହେଲେ ଛାତ୍ରଛାତ୍ରୀ ଅନଲାଇନ ଫର୍ମରେ ଉଲ୍ଲେଖ କରିବେ। ଏଥର ଅଟୋ ସ୍ଲାଇଡ୍ ଅପ୍ ସୁବିଧା ଉବଲବ୍ଧ ହେବ ନାହିଁ। ସ୍ବୟଂଶାସିତ ମହାବିଦ୍ୟାଳୟ, ଡିଗ୍ରି କଲେଜ, ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ସାମସ୍ ପୋର୍ଟାଲ୍ରେ ବିଭାଗ ଅନୁଯାୟୀ ନାମଲେଖା ଫି’ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କଲେଜ କର୍ତ୍ତୃପକ୍ଷ ନାମଲେଖା ସମ୍ପର୍କରେ କ୍ୟାମ୍ପସରେ ପୋଷ୍ଟର ଲଗାଇ ସଚେତନ କରିବେ। କ୍ୟାମ୍ପସରେ ହେଲ୍ପ ଡେସ୍କ, ଇଣ୍ଟରନେଟ୍ କେନ୍ଦ୍ର, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଉପଲବ୍ଧ କରାଇବାକୁ ସବୁ ଡିଗ୍ରି କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଯୁକ୍ତ୩ ନାମଲେଖା ପାଇଁ ଗାଇଡ୍ଲାଇନ୍ ଜାରି
/sambad/media/post_attachments/wp-content/uploads/2020/05/admission.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)