ବାଲିପାଟଣାର ଗୌରବ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ଗୁଲ୍‌ଜାର

ବାଲିପାଟଣା: ପ୍ରାମାଣିକ ଚଳଚ୍ଚିତ୍ର ‘ଶିଶୁ ଅନନ୍ତଙ୍କ ଗାଥା’ ନିର୍ମାଣ କରିବା ପରେ ସେକ୍‌ ଗୁଲ୍‌ଜାର ହୁସେନ୍‌ ବାଲିପାଟଣା ଅଞ୍ଚଳର ଜଣେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ଗତ ୨୯ ତାରିଖରେ ରାଜ୍ୟସ୍ତରୀୟ ଶିଶୁ ଅନନ୍ତ ଜୟନ୍ତୀ ପାଳନ ଅବସରରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ପରେ ତାଙ୍କୁ ବାଲିପାଟଣାର ଟେକ ବୋଲି କୁହାଯାଉଛି। ପୂର୍ବରୁ ବହୁ ପ୍ରାମାଣିକ ଚଳଚ୍ଚିତ୍ର ଓ ଟେଲିଫିଲ୍ମର ପ୍ରଯୋଜନା ଓ ନିର୍ଦ୍ଦେଶନା ଭାର ସମ୍ଭାଳି ସୁନାମ ଅର୍ଜନ କରିଥିବା ଗୁଲ୍‌ଜାର ଏବେ ସମଗ୍ର ଦେଶରେ ବାଲିପାଟଣାର ନାଁ ରଖିଥିବାରୁ ତାଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

ସ୍ଥାନୀୟ ସାହେବନଗର ଗ୍ରାମର ଶେଖ ସିଦ୍ଦିକ୍‌ ଓ ଫାତମା ବିବିଙ୍କ ପୁଅ ହେଉଛନ୍ତି ଗୁଲ୍‌ଜାର। ଗିରିଙ୍ଗ ଉର୍ଦ୍ଦୁ ସ୍କୁଲ, ବାଲିପାଟଣା ଶ୍ରୀବୁଦ୍ଧନାଥ ଉଚ୍ଚ ବିଦ୍ୟାଳୟ, ବେଣ୍ଟପୁର ଶ୍ରୀବାଣେଶ୍ବର କଲେଜ ଏବଂ ଶିଶୁ ଅନନ୍ତ ମହାବିଦ୍ୟାଳୟରୁ ଶିକ୍ଷାଲାଭ କରିବା ପରେ ସେ ୧୯୯୮ ମସିହାରୁ ପ୍ରଥପ୍ରାନ୍ତ ନାଟକ ଜଗତରେ ପାଦ ରଖିଥିଲେ। ‘ନିଶା ନିବାରଣ ଓ ଯୌତୁକ ପ୍ରଥା’, ୧୯୯୯ରେ ଧାରାବାହିକ ‘ପ୍ରତିଶୋଧ’, ୨୦୦୨ରେ ଟେଲିଫିଲ୍ମ ‘ଜୀବନରଙ୍ଗ’ ଏବଂ ୨୦୧୭ରେ ଫିଲ୍ମ ‘ଜୈନ୍ ହେରିଟେଜ୍ ଇନ୍ ଓଡ଼ିଶା’ରେ ମଧ୍ୟ ସେ ଅଭିନୟ କରିଥିଲେ। ୨୦୧୯ରେ ସେ ଫିଲ୍ମ ‘ଥ୍ରୁ ଦ ଆଇଜ୍ ଅଫ୍ ଆନ୍ ଆର୍ଟିଷ୍ଟ’ ପ୍ରାମାଣିକ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ। କ୍ଷୁଦ୍ର ଚଳଚ୍ଚିତ୍ର ‘ଇନ୍ ମେମୋରି ଅଫ୍ ବାପୁ’ରେ ନିର୍ଦ୍ଦେଶନା ଦେଇଥିଲେ।

ସମ୍ବନ୍ଧିତ ଖବର