ରସୁଲଗଡ଼ ଗୁଞ୍ଜନ ଆପାର୍ଟମେଣ୍ଟ ବ୍ଲକ-ବିକୁ ଅବରୋଧ ଅଂଚଳ ଘୋଷଣା କଲା ବିଏମସି

ଭୁବନେଶ୍ବର : କରୋନା ସଂକ୍ରମଣ ମାମଲା ବଢିବା ପରେ ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ରସୁଲଗଡ଼ ଛକ ନିକଟସ୍ଥ ଗୁଞ୍ଜନ ପ୍ୟାଲେସ୍ ଆପାର୍ଟମେଣ୍ଟର ବ୍ଲକ-ବିକୁ ଅବରୋଧ ଅଂଚଳ ଘୋଷଣା କରାଯାଇଛି । ଅବରୋଧ ଅଂଚଳ ଘୋଷଣା ପରେ ଏହି ଆପାର୍ଟମେଣ୍ଟର ବ୍ଲକ-ବିରେ ରହୁଥିବା ଲୋକମାନେ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାର ଲୋକ ଆପାର୍ଟମେଣ୍ଟକୁ ଯାଇପାରିବେ ନାହିଁ ।

ତେବେ ଆପାର୍ଟମେଣ୍ଟବାସୀଙ୍କ ପାଇଁ ବିଏମସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଓ ଚିକିତ୍ସା ସୁବିଧା ଯୋଗାଇଦିଆଯିବ । ଆପାର୍ଟମେଣ୍ଟର ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଓ୍ବାର୍ଡ ନଂ ୩୧ର ଓ୍ବାର୍ଡ ଅଫିସର ପ୍ରଫୁଲ୍ଲ ସ୍ବାଇଁ ଓ ଓ୍ବାର୍ଡ ନଂ ୩୩ର ଓ୍ବାର୍ଡ ଅଫିସର ଅମୀୟ ସ୍ବାଇଁଙ୍କୁ ଯୋଗାଯୋଗ କରିପାରିବେ । ସେହିପରି ଡାକ୍ତରୀ ସମ୍ପର୍କିତ ଆବଶ୍ୟକତା ପାଇଁ ଡ. ଜ୍ୟୋତିର୍ମୟୀ ଜେନାଙ୍କୁ ଯୋଗଯୋଗ କରିପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର