ପୁରୀରେ ଖୋଲିଲା ଗୁପ୍ତା ଫର୍ଣ୍ଣିଚର ସୋ’ ରୁମ୍‌

ଭୁବନେଶ୍ବର: ଗୁପ୍ତା ଫର୍ଣ୍ଣିଚରର ନୂତନ ଫ୍ଲାଗସିପ୍‌ ସୋ’ ରୁମ୍‌ ପୁରୀ ବଡ଼ଶଙ୍ଖସ୍ଥିତ ଗ୍ରାଣ୍ଡ କନ୍‌ଭେସନ୍‌ ଠାରେ ଉଦ୍‌ଘାଟିତ ହୋଇଛି। ୧୦ହଜାର ବର୍ଗଫୁଟର ଏହି ବିଶାଳ ମେଗା ସୋ’ ରୁମ୍‌ରେ ଆକର୍ଷଣୀୟ ଓ ଅତ୍ୟାଧୁନିକ ହୋମ୍‌ ଫର୍ଣ୍ଣିସିଂ ଜିନିଷ ରହିଛି। ଏଠାରେ ଆକର୍ଷଣୀୟ ହୋମ୍‌ ଫର୍ଣ୍ଣିସିଂ ଜିନିଷ ସର୍ବାଧିକ ୪୦ପ୍ରତିଶତ ରିହାତି ଦରରେ ମିଳୁଥିବା ବେଳେ ଗ୍ରାହକମାନଙ୍କ ପାଇଁ ସହଜ ଫାଇନାନ୍ସର ସୁବିଧା ରହିଛି। ସ୍ମାର୍ଟଉଡ୍‌, କ୍ରିଷ୍ଟାଲ୍‌, ସୌକିନ୍‌, କୁର୍ଲଅନ୍‌, ଡେକୋରଡେକ୍ସ, ଟିଜିପି ଭଳି ନାମିଦାମୀ କମ୍ପାନିର ଆଲମିରା, ସୋଫା ସେଟ୍‌, ଓ୍ବାର୍ଡରୋବ୍‌, ଡାଇନିଂ ଟେବୁଲ୍‌ ଓ ଚେୟାର ସେଟ୍‌, ଅଫିସ ଚେୟାର, ଟେବୁଲ୍‌, ମଡ୍ୟୁଲାର କିଚେନ ଭଳି ଅନେକ ଗୃହ ଉପକରଣ ଉପଲବ୍ଧ ରହିଛି।

ଡିଜାଇନ୍‌ ଓ କ୍ବାଲିଟିର ଘର ଉପକରଣ ପୁରୀ ଓ ଏହାର ନିକଟବର୍ତ୍ତୀ ଗ୍ରାହକମାନଙ୍କୁ ଯୋଗାଇ ଦେବା ପାଇଁ ଏହି ନୂତନ ସୋ’ ରୁମ ଖୋଲାଯାଇଥିବା ସୋ’ ରୁମ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର