ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରକାଶ ପର୍ବରେ ଶୋଭାଯାତ୍ରା

ଭୁବନେଶ୍ୱର: ଶିଖ୍‌ ଧର୍ମ ଗୁରୁ ଗୋବିନ୍ଦ ସିଂହଙ୍କ ୩୫୦ତମ ପ୍ରକାଶ ପର୍ବ ଅବସରରେ ଗୁରୁଦ୍ୱାର ସାଧ ସଙ୍ଗୀତ, ଚିଲିକା ପକ୍ଷରୁ ଏକ ଧାର୍ମିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା କଟକ ଗୁରୁଦ୍ୱାର ନିକଟରୁ ଆରମ୍ଭ ହୋଇ ଭୁବନେଶ୍ୱର ଗୁରୁଦ୍ୱାର ସମ୍ମୁଖ ଦେଇ ଚିଲିକା ଯାଇଥିଲା। ଭୁବନେଶ୍ୱର ଗୁରୁଦ୍ୱାର ପକ୍ଷରୁ ଏହି ଶୋଭାଯାତ୍ରାକୁ ପୂଜାର୍ଚନା କରାଯାଇଥିଲା। ଏହି ଅବସରରେ ଶିଖ୍‌ ଧର୍ମାବଲମ୍ବୀ ଲୋକମାନେ କହିଛନ୍ତି, ଖାଲ୍‌ସା ବା ଆଦର୍ଶ ମନୁଷ୍ୟ ତିଆରି କରିବା ପାଇଁ ୧୦ ଜଣ ଯୁଗ ପୁରୁଷ ଶିଖ୍‌ ଗୁରୁଙ୍କୁ ୨୯୩ ବର୍ଷ ଲାଗିଥିଲା। ଏହି ୧୦ଜଣଙ୍କ ମଧ୍ୟରୁ ଗୁରୁ ଗୋବିନ୍ଦ ସିଂହ ଅନ୍ୟତମ। ତାଙ୍କର ରାଜକୀୟ ସାହସ ପାଇଁ ସମଗ୍ର ଶିଖ୍‌ ସମ୍ପ୍ରଦାୟ ମଧ୍ୟରେ ସେ ସବୁଦିନ ପ୍ରେରଣା ହୋଇ ରହିବେ।

ସମ୍ବନ୍ଧିତ ଖବର