ଭୁବନେଶ୍ୱର: ସୃଜନ -ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ‘ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ’ର ଚତୁର୍ଥ ସନ୍ଧ୍ୟାରେ ମାନବ ଭାବନା ଓ ଜଟିଳତାକୁ ନେଇ ଏକ ସ୍ୱତନ୍ତ୍ର ନାଟ୍ୟ  ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା, ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଳିତ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପୂର୍ବତନ ସଚିବ ପ୍ରବୋଧ ରଥ,  ଗୁରୁ କେ ରାମାରାଓ ପାତ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର  ଅଧିକାରୀ ଅନୁଜା ତାରିଣୀ ମିଶ୍ର , ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। 

Advertisment

ସନ୍ଧ୍ୟାରେ ନାଟ୍ୟ ନିର୍ଦ୍ଦେଶକ ନଳିନୀ ନିହାର ନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ନାଟ୍ୟ ଦଳ ‘ନ୍ୟୁକ୍ୱେଷ୍ଟ ରେପର୍ଟୋରି’ ସ୍ୱତନ୍ତ୍ର ନାଟକ ‘ବ୍ୟାଘ୍ରାରୋହଣ’ ପରିବେଷଣ କରିଥିଲେ।  ଗୁରୁ ରତିକାନ୍ତ ମହାପାତ୍ର ସମଗ୍ର ଉତ୍ସବଟିର ପରିକଳ୍ପନା ଓ କାର୍ଯ୍ୟକାରୀ କରିଥିଲା ବେଳେ ଦେବୀପ୍ରସାଦ ମିଶ୍ର ତାଙ୍କୁ ସହଯୋଗ କରିଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।