‘ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ’ ଉଦ୍‌ଘାଟିତ

ଭୁବନେଶ୍ବର: ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ସମ୍ମାନାର୍ଥେ ନୟାପଲ୍ଲୀ ଭିଆଇପି ଅଞ୍ଚଳର ଏନ୍‌.ଡି.-୩ଠାରେ ‘ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ’ ଉଦ୍‌ଘାଟିତ ହୋଇଯାଇଛି। ପ୍ରତିଷ୍ଠାନ ପରିସରରେ ଆଦିଗୁରୁଙ୍କର ଏକ ଭବ୍ୟ ପ୍ରତିମୂର୍ତି ମଧ୍ୟ ସ୍ଥାପନ କରାଯାଇଛି। ଆଜିର ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଷ୍ଠାନକୁ ଉଦ୍‌ଘାଟନ କରିଥିଲେ। ଉତ୍ସବରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଡ. ପ୍ରିୟମ୍ବଦା ମହାନ୍ତି ହେଜ୍‌ମାଦି, ଗୁରୁ ରାମହରି ଦାସ, ସ୍ନେହପ୍ରଭା ସାମନ୍ତରାୟ, ଗୁରୁଙ୍କ କନ୍ୟା ବିଜୟଲକ୍ଷ୍ମୀ ଦାସ ଓ ସୁହାଗନଳିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥି ଓ ବ୍ୟକ୍ତିବିଶେଷ ଆଦିଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଢାଳିଥିଲେ। ପ୍ରତିଷ୍ଠାନର ସଭାପତି ବଟକୃଷ୍ଣ ତ୍ରିପାଠୀ ଓ ନିର୍ଦ୍ଦେଶକ ଶରତ ଦାସ ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର