ଭୁବନେଶ୍ୱର : ସ୍ୱାମୀ ଦୟାନନ୍ଦ ସର୍ଭିସ ମିସନ୍ ପକ୍ଷରୁ ୨୨ତମ ଗୁରୁ ପ୍ରଣାମ ମହୋତ୍ସବ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ମହାରାଜ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି, ସ୍ୱାମୀ ଜଗନ୍ନାଥ ସରସ୍ୱତୀ, ବିଶ୍ୱ ହିନ୍ଦୁ ପରିଷଦ ଅଧ୍ୟକ୍ଷ ଡ. ବଦ୍ରିନାଥ ପଟ୍ଟନାୟକ, କଳିଙ୍ଗ ବିଶ୍ୱବିଦ୍ୟାଳୟ କୁଳପତି ଡ. ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବତନ ବାଚସ୍ପତି ଶରତ କୁମାର କର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ବାର୍ତା ଗୋବର୍ଦ୍ଧନ ପୀଠର ପ୍ରବକ୍ତା ମନୋଜ ରଥ ପାଠ କରିଥିଲେ। ମିସନର ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେଇଥିଲେ। ପଦ୍ମାକର ଗୁରୁ ଅତିଥି ପରିଚୟ ଓ ସୀତାବଲ୍ଲଭ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।
ଗୁରୁ ପ୍ରଣାମ ମହୋତ୍ସବ
/sambad/media/post_attachments/wp-content/uploads/2018/01/guru.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)