ଗୁରୁ ପ୍ରଣାମ ଉତ୍ସବରେ ସଂଗୀତ ଆସର

ଭୁବନେଶ୍ବର: ରବୀନ୍ଦ୍ର ମଣ୍ଡପରେ ‘ଗୁରୁ ପ୍ରଣାମ’ ଉତ୍ସବର ଆଜି ସଂଧ୍ୟାରେ ସଙ୍ଗୀତ ଆସର ଅନୁଷ୍ଠିତ ହୋଇଥିଲା। ଉତ୍ସବରେ କଣ୍ଠଶିଳ୍ପୀମାନେ ମନ ଏ କହୁଛି ଜୀବନରେ ତୁମେ.., ବାଟ ଚଲା ପଥେ.., କେତେ ଭଲ ଥିଲା ସେଦିନ ଆମ.., ପହିଲି ବରଷ ରାତିର କାହାଣୀ..,ତୁମେ ସାଗର ଲଙ୍ଘିଥିଲ ମୋ ପାଇଁ.., ହାରିବା ଜିତିବା ଖେଳ.., କେହି ପରଦେଶୀ ଜଣେ.., ତୁମରି ମନରେ ମନ ଚିତ୍ର.., ଆମ ଆଡ଼େ ଏବେ ପିରତି ର ଋତୁ.. ପରି ଲୋକପ୍ରିୟ ଗୀତ ଗାଇ ଶୁଣାଇଥିଲେ। ବିଦ୍ୟୁତପ୍ରଭା ପାଲିତ୍, ଲକ୍ଷ୍ମୀକାନ୍ତ ପାଲିତ୍, ସୁମନ ଦାଶ, ପ୍ରଣବଜ୍ୟୋତି ନାଥ, ମହାପ୍ରସାଦ କର, ରଣଦୀପ ପାଲିତ୍, ନନ୍ଦିନୀ ମହାନ୍ତି, ଆଦାଶ୍ୟା ଦାସ, ସୁରେଶ ସେଠୀ, ମନୋରଞ୍ଜନ ମିଶ୍ର, ମିତାଲି ଚିନ୍ନାରା, ଅର୍ପିତା ଚୌଧୁରୀ, ବନ୍ଦିଶ ପାଲିତ୍, ଅଶ୍ବିନୀ ମହାନ୍ତି ପ୍ରମୁଖ କଣ୍ଠଶିଳ୍ପୀ ଏହାକୁ ଗାଇ ଶ୍ରୋତାଙ୍କୁ ଆନମନା କରିଥିଲେ। ସଙ୍ଗୀତରେ ସହଯୋଗ କରିଥିଲେ ପ୍ରେମ ଶଙ୍କର, ଅବନିକାନ୍ତ, ଅଜୟ, ବବ୍‌ଲୁ, ପ୍ରିୟରଞ୍ଜନ, ଭବତୋଷ, ଏମ୍ ସୀମାଦ୍ରି ଓ ସମୀର। ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ କର, ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କଣ୍ଠଶିଳ୍ପୀ ମିତାଲି ଚିନ୍ନାରା ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଲକ୍ଷ୍ମୀକାନ୍ତ ପାଲିତ୍ ଉତ୍ସବକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର