ବିଏମ୍‌ ହାଇସ୍କୁଲରେ ଗୁରୁଙ୍କୁ ପୂଜିଲେ

ପୁରୁଣା ଭୁବନେଶ୍ୱର: ଆମ ଶାସ୍ତ୍ର, ପରମ୍ପରାରେ ଗୁରୁଙ୍କୁ ସର୍ବୋଚ୍ଚ ଆସନରେ ବିରାଜମାନ କରାଯାଇଛି। ପ୍ରାଚୀନ ସମୟରୁ ଆଜିର ସ୍ମାର୍ଟ ଯୁଗରେ ପହଞ୍ଚି ସୁଦ୍ଧା ଆମେ ଗୁରୁ ପୂଜାକୁ ପାଶୋରିନୁ ବୋଲି ଭକ୍ତ କବି ମଧୁସୂଦନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ପ୍ରଭାତ କୁମାର ରଥ କହିଛନ୍ତି। ସେ କହିଛନ୍ତି ଯେ ସେପ୍ଟେମ୍ବର ୫ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି। ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଦେଶର ପ୍ରତ୍ୟେକ ପ୍ରାନ୍ତରେ ‘ଗୁରୁ ଦିବସ’ ଭାବେ ପାଳନ କରାଯାଏ।

ବିଦ୍ୟାଳୟରେ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଓ ଗୁରୁ ଦିବସ ପାଳନ ଅବସରରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇ ଗୁରୁ ଶିଷ୍ୟ ପରମ୍ପରା ସମ୍ପର୍କରେ କହିଥଲେ। ଏଥିରେ ଆରତୀ ମିଶ୍ର, ମିତ୍ର ରଞ୍ଜନ ଦାଶ, ଜାନକୀ ବଲ୍ଲଭ ମିଶ୍ର, ସ୍ମରିତା ଦାସ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ ବାରିକ, ପୂର୍ବତନ ସଭାପତି ଲାଲାଟ କୁମାର ଶତପଥୀ ଓ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ନୂଆପଲ୍ଲୀ ଲାୟନ୍ସ କ୍ଲବ‌ ପକ୍ଷରୁ ଗୁରୁ ଦିବସ

ଭୁବନେଶ୍ବର: ଗୁରୁ ଦିବସ ଉପଲକ୍ଷେ ଲାୟନ୍ସ କ୍ଲବ ନୂଆପଲ୍ଲୀର ସଭ୍ୟମାନେ ଗଣ୍ଡମୁଣ୍ଡା ୟୁଜି ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଏକ ସମାରୋହରେ ସମ୍ମାନିତ କରିଥିଲେ। କ୍ଲବର ସଭାପତି ଲାୟନ ଟି. ରବି କୁମାର ପାତ୍ର ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସହାୟତାର ହାତ ବଢାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଅନିତା ପଣ୍ଡା କ୍ଲବର ଏପରି ପ୍ରତିଶ୍ରୁତି ପାଇଁ ଧନ୍ୟବାଦ ଜଣାଇଥିଲେ। ଉତ୍ସବରେ ନୂଆ‌ପଲ୍ଲୀ କ୍ଲବର ସଭ୍ୟ ପ୍ରଦୀପ୍ତ ମହାନ୍ତି, କୋଷାଧ୍ୟକ୍ଷ ଦେବସ୍ମିତା ମିଶ୍ର, ନିକୁଞ୍ଜ ଷଡ଼ଙ୍ଗୀ, ପ୍ରମୋଦ ଜେନା, ସତ୍ୟେନ୍ଦ୍ର ନାରାୟଣ ପଟ୍ଟନାୟକ ଏବଂ ନିର୍ମଳ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ଉତ୍ସବରେ ୧୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉତ୍ତରୀୟ ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର