ଗୁରୁକୁଳ ଗୀତାଞ୍ଜଳିର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର: ଶାସ୍ତ୍ରୀୟ ସଙ୍ଗୀତ ଅନୁଷ୍ଠାନ ଗୁରୁକୁଳ ଗୀତାଞ୍ଜଳିର ଦୁଇଦିନିଆ ବାର୍ଷିକ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ପାଣିଙ୍କ ଅଧ୍ୟକ୍ଷତାରେ ଆଜିର ସନ୍ଧ୍ୟାରେ ଅତିଥି ଭାବେ ଏସ୍‌.କେ ତାମୋଟିଆ ଓ ରାନୀ ତାମୋଟିଆ ଯୋଗ ଦେଇଥିଲେ। ଅନୁଷ୍ଠାନର ଶିଳ୍ପୀ ଅନନ୍ୟା, ଅରୋଶିଷ୍‌, ଆର୍ଯ୍ୟା, ଆଶିଷ, ବିଦ୍ୟାଶ୍ରୀ, ଦେବାଂଶୁ, ଜସ୍ମିନ୍‌, ମଧୁଲିତା, ମନୋଜ, ନେହା ନିହାରିକା, ରୋଜାଲିନ୍‌ ସାହୁ, ରୋଜାଲିନ୍‌ ମିଶ୍ର, ଶରନ୍ୟା ଓ ସିମରନ୍‌ ପ୍ରମୁଖ ରାଗ ଆଧାରିତ ବିଭିନ୍ନ ମନଛୁଆଁ ହିନ୍ଦୀ ସିନେମା ସଙ୍ଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର