ଲତା ଘୋଷଙ୍କୁ ଗୁରୁକୁଳ ଗୀତାଞ୍ଜଳି ସମ୍ମାନ

ଗୁରୁକୁଳ ଗୀତାଞ୍ଜଳିର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଶାସ୍ତ୍ରୀୟ ସଂଗୀତ ଅନୁଷ୍ଠାନ ଗୁରୁକୁଳ ଗୀତାଞ୍ଜଳିର ୨ ଦିନିଆ ବାର୍ଷିକ ଉତ୍ସବ ଜୟଦେବ ଭବନରେ ଉଦ୍‌ଘାଟିତ ହୋଇଛି। କଲ୍ୟାଣ ରାଗରେ ଧୃପଦ ଗାୟନରୁ ଆରମ୍ଭ ହୋଇଥିଲା ଶାସ୍ତ୍ରୀୟ ରାଗ ରାଗିଣୀର କାର୍ଯ୍ୟକ୍ରମ। ଗୁରୁ ଡ.ଚିତ୍ତରଂଜନ ପାଣିଙ୍କ ତତ୍ତ୍ୱାବଧାନରେ ସମସ୍ତ ଶିଷ୍ୟ ଏହି ସଂଗୀତ ପରିବେଷଣ କରିଥିଲେ। ପରେ ଭୀମପଲାସି ରାଗକୁ ପରିବେଷଣ କରିଥିଲେ ବିଦ୍ୟାଶ୍ରୀ, ଦୁର୍ଗାଶ୍ରୀ, ନେହା ନିହାରିକା, ସରନ୍ୟା ଓ ରୋଜାଲିନ୍‌। ପରେ କଲ୍ୟାଣ ରାଗ, ଭୂପାଲି ରାଗ ଓ ଦୁର୍ଗା, କେଦାର ଓ ହମିର ରାଗକୁ ପରିବେଷଣ କରିଥିଲେ ଅରମାନ, ଅନନ୍ତ, ଆଶୁତୋଷ, ଅଶ୍ୱିନୀ, ଆଶିଷ ଓ ରୌନକ, ଅଳକା, ଜସ୍ମିନ୍‌, ମମତା, ପାୟଲ୍‌, ଡ.ସିନ୍ଦିପନା, ଅନିନ୍ଦିତା, ବିଦ୍ୟା, ଅଙ୍କିତ୍‌, ମିଲି, ସମ୍ପୂର୍ଣ୍ଣା ଓ ସୌମ୍ୟାଶ୍ରୀ। ମନୋଜ ଦାସ ରାଗ ଦରବାରୀ ପରିବେଷଣ କରିଥିଲେ।

ଏହି ଅବସରରେ ସଂଗୀତରେ ଜୀବନବ୍ୟାପୀ ସାଧନା ପାଇଁ ଲତା ଘୋଷ୍‌ଙ୍କୁ ଗୁରୁକୁଳ ଗୀତାଞ୍ଜଳି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅବସର ବେଉରିଆ ଏବଂ ସଂଜୀବ ଚନ୍ଦ୍ର ହୋତା ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ ସହ ସମ୍ମାନ ପ୍ରଦାନ କରିଥିଲେ। ଆସନ୍ତାକାଲି ଉଦ୍‌ଯାପନୀ ସନ୍ଧ୍ୟାରେ ହିନ୍ଦୀ ସିନେମା ଗୀତ ପରିବେଷିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣା ପଡ଼ିଛି।

ସମ୍ବନ୍ଧିତ ଖବର