ଜନବିଦ୍ୟା ମନ୍ଦିର ପୁରାତନ ଛାତ୍ରଛାତ୍ରୀଙ୍କ ଗୁରୁପୂଜା

ବାଲିପାଟଣା: ବାଲିପାଟଣା ବ୍ଲକ୍‌ ଅନ୍ତର୍ଗତ ପିପୁଲ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଣାହଟ୍ଟା ଛକସ୍ଥିତ ଦୁର୍ଗମାଧବ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀମାନେ ଏକାଠି ହୋଇ ଗୁରୁପୂଜା କରିଥିଲେ। ସେ ସମୟର ଅବସରପ୍ରାପ୍ତ ଶିକ୍ଷକ ରାଜକିଶୋର ମିଶ୍ର ଏବଂ ଜଟାଧାରୀ ଚି଼ନେରାଙ୍କୁ ପୂଜାର୍ଚ୍ଚନା କରିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ରବୀନ୍ଦ୍ର ମିଶ୍ରଙ୍କ ପୁସ୍ତକ ‘ପ୍ରଦୂଷଣ ପୃଥିବୀ’ ଉନ୍ମୋଚିତ ହୋଇଥିଲା।

କାର୍ଯ୍ୟକ୍ରମରେ ଗୀତାଞ୍ଜଳି ପଟ୍ଟନାୟକ, ପୂର୍ବତନ ବିଧାୟକ ରାଘବ ଚନ୍ଦ୍ର ସେଠୀ, ନିରଞ୍ଜନ ମିଶ୍ର, ଜୟବଲ୍ଳଭ ମହାନ୍ତି, ଇନ୍ଦ୍ରମଣି ତ୍ରିପାଠୀ, ପ୍ରସନ୍ନ ରାଉତରାୟ, ସୁନୀଲ ମହାନ୍ତି, ନଳିନୀ ସ୍ୱାଇଁ, ପ୍ରଦୀପ୍ତ ଦାସ, କବିତା ମହାନ୍ତି, ବିଜନ ବାସିନୀ ମହାନ୍ତି, ଗୋପାଳ ଚନ୍ଦ୍ର ଲେଙ୍କା, ଧରଣୀଧର ସାହାଣୀ, ରବୀନ୍ଦ୍ର ବେହେରା, ବିନାୟକ ଭୋଳ, ରବୀନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର