ସରିଲା ଗୁରୁଶ୍ରୀ ସମ୍ମାନ କାର୍ଯ୍ୟକ୍ରମ, ସତ କୁହ ଶ୍ୟାମ ହେ…

ଭୁବନେଶ୍ବର: ଓଡ଼ିଶୀ ନୃତ୍ୟରେ ମନୋରଂଜନ ସହ ପୂଜ୍ୟପୂଜା ପରମ୍ପରାର କାର୍ଯ୍ୟକ୍ରମ ଗୁରୁଶ୍ରୀ ସମ୍ମାନ ପର୍ବ ଶେଷ ହୋଇଛି। ପ୍ରଜ୍ଞା ନୃତ୍ୟାୟନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ନୃତ୍ୟ ଉତ୍ସବର ଆଜିର ଆକର୍ଷଣ ଥିଲେ ନୃତ୍ୟାନୁଷ୍ଠାନର ଗୁରୁ ସ୍ବୟଂପ୍ରଜ୍ଞା ସାହୁ। ‘ସତ କୁହ ଶ୍ୟାମ ହେ…ଗୀତରେ ଭାବସ୍ପର୍ଶୀ ନୃତ୍ୟ ଦର୍ଶକଙ୍କୁ ବିଭୋର କରିଥିଲା। ପରେ ମନୋଜ ଓ ଶତାବ୍ଦୀଙ୍କ ଯୁଗଳବନ୍ଦୀରେ ଅର୍ଧନାରୀଶ୍ବର, ନୃତ୍ୟାୟନର ଶିଳ୍ପୀମାନଙ୍କ ବୃନ୍ଦ ନୃତ୍ୟରେ ‘ଦେବୀଶକ୍ତି’ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ସଭାପତି ନବକିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାରମ୍ଭିକ ସଭାରେ ବିଧାୟକ ଅନନ୍ତ ନାରାୟଣ ଜେନା, ଆଇସିସିଆର୍‌ର ଆଞ୍ଚଳିକ ନିର୍ଦେଶିକା ମୀନାକ୍ଷି ମିଶ୍ର, ଦୂରଦର୍ଶନର ନୀଳାଦ୍ରି ମୋହନ ଶତପଥୀ, ଓଡ଼ିଶୀ ନୃତ୍ୟଗୁରୁ ଗଜେନ୍ଦ୍ର ପଣ୍ଡା, ପିପିଏଲ୍‌ର ଉପ ମହାପ୍ରବନ୍ଧକ ଶୁଦ୍ଧିରଂଜନ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦିକା ସ୍ବୟଂପ୍ରଜ୍ଞା ସାହୁ ଉପସ୍ଥିତ ଥିଲେ। ଓଡ଼ିଶୀ ନୃତ୍ୟରେ ସୌରଭ ମହାନ୍ତି, ଆଧୁନିକ ନୃତ୍ୟରେ ସାଇ ସ୍ବରୂପ ମିଶ୍ର, ଚିତ୍ରକଳାରେ ଆଶୁତୋଷ ପ୍ରଧାନଙ୍କୁ ପ୍ରଜ୍ଞା ପ୍ରତିଭା ବୃତ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ବିଚାରକବୃନ୍ଦଙ୍କୁ ସମ୍ମାନିତ କରାଯାଇଥିଲା। ବିଶ୍ବଜିତ ବଳିୟାରସିଂହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଗୟ‌ାଧର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର