ଆରପାରିରେ ଶିଳ୍ପପତି ଜ୍ଞାନେନ୍ଦ୍ର ମହାନ୍ତି

ଭୁବନେଶ୍ୱର : ଜଣାଶୁଣା ସମାଜସେବୀ ତଥା ଶିଳ୍ପପତି ଜ୍ଞାନେନ୍ଦ୍ର ମହାନ୍ତିଙ୍କ ଗତକାଲି ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କେୟାର ହସ୍ପିଟାଲରେ ଭର୍ତି କରାଯାଇଥିଲା। ତେବେ ଶୁକ୍ରବାର ଅପରାହ୍‌ଣରେ ତାଙ୍କର ପରଲୋକ ହୋଇଯାଇଛି।

ସ୍ୱଗର୍ତ ମହାନ୍ତି ସ୍ୱସ୍ତି ଗ୍ରୁପ୍‌ ଅଫ୍‌ ହୋଟେଲ ଏବଂ ଶ୍ରୀୟା ସିନେ କମ୍ପ୍ଲେକ୍ସର ପ୍ରତିଷ୍ଠାତା ନିର୍ଦେଶକ ଥିଲେ। ୟୁନିଟ୍‌ ୩ସ୍ଥିତ ଗିରିଦୁର୍ଗା କ୍ଲବ୍‌ର ସେ ଅନ୍ୟତମ ପ୍ରତିଷ୍ଠାତା। ସିଟି ଓମେନ୍ସ କଲେଜର ପୂର୍ବତନ ସଂପାଦକ ମଧ୍ୟ ଥିଲେ। ସେ ରାଜଧାନୀର ଅନେକ ସାମାଜିକ କାର୍ଯ୍ୟକ୍ରମରେ ଜଡ଼ିତ ଥିଲେ। ଭଦ୍ରକରେ ତାଙ୍କ ଦ୍ୱାରା ଏକ ଅନାଥାଶ୍ରମ ପ୍ରତିଷ୍ଠା ହୋଇଛି। ଛୋଟ ପିଲାଙ୍କ ଶିକ୍ଷାଦାନ କ୍ଷେତ୍ରରେ ସେ ଗୁରୁତ୍ୱ ଦେଇ ଆସୁଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ୫ଭାଇ ବିଜେନ୍ଦ୍ର, ଜିତେନ୍ଦ୍ର, ହିତେନ୍ଦ୍ର, ପୂର୍ଣ୍ଣଚନ୍ଦ୍ରି ଓ କୀର୍ତିଚନ୍ଦ୍ର, ପତ୍ନୀ କନକଲତା ମହାନ୍ତି, ପୁଅ ସ୍ୱରୂପ, ଝିଅ ମୋନାଲିସା ଓ ଜ୍ୱାଇଁ ଦୀପ୍ତେଶ ପଟ୍ଟନାୟକ ଉପସ୍ଥିତ ଥିଲେ। ପରଲୋକ ଖବର ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବୃନ୍ଦାବନ ବିହାର ବାସଭବନରେ ପହଞ୍ଚି ତାଙ୍କର ଅନ୍ତିମ ଦର୍ଶନ କରିଥିଲେ। ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପୂରୀ ସ୍ୱର୍ଗଦ୍ୱାରରେ ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ସମ୍ବନ୍ଧିତ ଖବର