ଭୁବନେଶ୍ବର: ହେଲ୍ପମେଟ୍ ପକ୍ଷରୁ ଏଚ୍‌୩ ଏନ୍‌୨ ଭୂତାଣୁ ସଂକ୍ରମଣ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ୪୩ ନମ୍ବର ୱାର୍ଡର ଚିନ୍ତାମଣିଶ୍ୱର କମ୍ୟୁନିଟି ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିଧାୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର ଭରତ କୁମାର ଲେଙ୍କା, ଶରତ କୁମାର ଚଇନି, ହରିଶ ଚନ୍ଦ୍ର ନାୟକ, ଜନ୍ମେଜୟ ମିଶ୍ର, ଅଶୋକ କୁମାର ଦାସ, ମଲ୍ଲିକ ଆୱେସ୍ ଉଦ୍‌ଘାଟନ କରିଥିଲେ। ୫ବର୍ଷରୁ ଛୋଟ ପିଲା, ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳାଙ୍କୁ ଥଣ୍ଡା, କାଶ, ଶରୀର ବିନ୍ଧା, ଝାଡ଼ାବାନ୍ତି ସହ ଜ୍ବରର ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କୁ ପରାମର୍ଶ କରି କିପରି ଯତ୍ନନେବେ ଏବଂ ଏହିସବୁ ଲକ୍ଷଣ ଗୁଡ଼ିକରୁ କିପିରି ନିଜକୁ ସୁରକ୍ଷିତ ରଖିବେ ସେ ବିଷୟରେ ସଚେତନ କରାଯାଇଥିଲା।

Advertisment

ଏହି ଅବସରରେ ମାସ୍କ ବଣ୍ଟନ କରାଯିବା ସହ ମଧୁମେହ, ଉଚ୍ଚରକ୍ତ ଚାପ, ଚକ୍ଷୁ ପରୀକ୍ଷା କରାଯାଇଥିଲା। କେୟାର ନେତ୍ରମ୍‌ର ସହଯୋଗରେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ହେଲ୍ପମେଟ୍‌ର ସମ୍ପାଦିକା ନିବେଦିତା ଭଞ୍ଜ ଓ ସଦସ୍ୟା ଚମକ ଚାନ୍ଦିନୀ ଦାଶ ଉପସ୍ଥିତ ଥିଲେ।